Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଧାରା ୩୭୦ ହଟିବା ପରେ କେତେଜଣ ପଣ୍ଡିତ ଓ ନାଗରିକ ଛାଡ଼ିଛନ୍ତି କାଶ୍ମୀର? ଜବାବ ରଖିଲେ କେନ୍ଦ୍ର ସରକାର

8/12/2021 at 7:27 PM

ନୂଆଦିଲ୍ଲୀ, ୦୮/୧୨: ଧାରା ୩୭୦କୁ ନେଇ ଭାରତରେ ବହୁ ବାଦ ବିବାଦ ଲାଗି ରହିଥିଲା। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତରେ ତତ୍କାଳୀନ ଶାସନ କ୍ଷମତାରେ ଥିବା ଭାଜପା ସରକାର ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଏହାକୁ ହଟାଇ ଦେଇଥିଲେ।

ଜାମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର ହେବାର ପାଖା ପାଖି ଦୁଇ ବର୍ଷ ପୁରିବାକୁ ଯାଉଛି। ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରକୁ ନେଇ ବିଭିନ୍ନ ମନ୍ତବ୍ୟ ଶୁଣିବାକୁ ମିଳୁଛି। ଏହା ପରେ କିଛି ନେତା କାଶ୍ମୀରରେ ସୀମାପାର ହିଂସା ଓ ଅରାଜକତା ବୃଦ୍ଧି ପାଇଥିବା କହୁଥିବା ବେଳେ ଆଉ କିଛି ନେତା ଏଠାରେ ଆଞ୍ଚଳିକ ବିକାଶ ହେବା ସହ ଶାନ୍ତି ଫେରିଛି ବୋଲି କହୁଛନ୍ତି। ପ୍ରକୃତ ସତ୍ୟକୁ ଏବେ କେନ୍ଦ୍ର ସରକାର ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ସରକାର କହିଛନ୍ତି ୨୦୧୯ ଅଗଷ୍ଟ ୫ପରେ କାଶ୍ମୀର ଘାଟିରେ ୩୬୬ ଜଣ ଆତଙ୍କବାଦୀ ସେନାଙ୍କ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ରାଜ୍ୟ ସଭାରେ ରଖିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଜମ୍ମୁ କାଶ୍ମୀରରେ ୩୭୦ ଧାରା ହଟିବା ପରେ ୯୬ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୧ଜଣ ଯବାନ ସହୀଦ ହୋଇଛନ୍ତି। ସେହିଭଳି କୌଣସି କାଶ୍ମୀର ପଣ୍ଡିତ ୩୭୦ଧାରା ହଟିବା ପରେ ବିସ୍ଥାପିତ ହୋଇନାହାନ୍ତି ବୋଲି ସରାକରଙ୍କ ଦ୍ୱାରା ରାଜ୍ୟ ସଭାରେ କୁହାଯାଇଛି। କିଛି କାଶ୍ମୀର ପଣ୍ଡିତଙ୍କ ପରିବାର ସରକାରୀ କର୍ମଚାରୀ ହୋଇଥିବାରୁ ସେମାନଙ୍କ ଚାକିରିରେ ସ୍ଥାନାନ୍ତରଣ ହୋଇଛି ସେଥିପାଇଁ ସେମାନେ ଜାମ୍ମୁକୁ ଯାଇଛନ୍ତି ବୋଲି ସରକାର କହିଛନ୍ତି।

   Related Posts