'ସରକାରଙ୍କ ମାଗଣା ଯୋଜନା ଲୋକଙ୍କୁ ଅଳସୁଆ କରି ଦେଉଛି' ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଛି ବୟାନବାଜି

Published By : Prameya-News7 Bureau | November 24, 2018 IST

ସରକାରଙ୍କ ମାଗଣା ଯୋଜନା ଲୋକଙ୍କୁ ଅଳସୁଆ କରି ଦେଉଛି । ଛୋଟ ମୋଟ କାମ କରିବାକୁ ଲୋକଙ୍କ ଆଗ୍ରହ ରହୁନି । ତାମିଲନାଡୁ ସରକାରଙ୍କ ମାଗଣା ଯୋଜନାକୁ ନେଇ ଏମିତି ପ୍ରଶ୍ନ ଉଠାଇଛନ୍ତି ମାଡ୍ରାସ ହାଇକୋର୍ଟ । ହାଇକୋର୍ଟଙ୍କ ଏମିତି ଟିପ୍ପଣୀକୁ ନେଇ ଓଡିଶା ରାଜନୀତି ଆରମ୍ଭ ହୋଇଛି ବୟାନବାଜି ।  ରାଜ୍ୟ ସରକାର ଓଡିଶାରେ ବିଭିନ୍ନ ମାଗଣା ଯୋଜନା କରି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ସେପଟେ ଯୋଗାଣ ମନ୍ତ୍ରୀ ଏହାର ଜବାବ ରଖିଛନ୍ତି । ମାଗଣା ସରକାରୀ ଯୋଜନା ଲୋକଙ୍କୁ ଅଳସୁଆ କରୁଛି । ମାଗଣା ଚାଉଳ ଯୋଗୁ  ଲୋକ ଛୋଟ ମୋଟ କାମ ବି କରୁ ନାହାନ୍ତି । ନିଜର ରାଜନୈତିକ ଫାଇଦା ଲାଗି ରାଜ୍ୟ ସରକାର ଲୋକଙ୍କୁ ମାଗଣା ସୁବିଧା ଦେଉଛନ୍ତି । ଆଉ ଏହା ହିଁ ସରକାରଙ୍କ ଠୁ ସବୁ କିଛି ମାଗଣା ପାଇବା ଲାଗି ଲୋକଙ୍କ ଅଭ୍ୟାସ ବଢାଉଛି । ତାମିଲନାଡୁ ସରକାରଙ୍କ ବିଭି୍ନ ମାଗଣା ସ୍କିମକୁ ନେଇ  ଏମିତି ପ୍ରଶ୍ନ ଉଠାଇଛନ୍ତି ମାଡ୍ରାସ ହାଇକୋର୍ଟ । ରାଜ୍ୟର ଗରିବ ଲୋକଙ୍କ ଛଡା ଅନ୍ୟ ସ୍ବଛ୍ଲଳ ଲୋକ ଯଦି ମାଗଣା ଚାଉଳ ଯୋଜନାରେ ସାମିଲ ହୋଇଥାନ୍ତି ତେବେ ତାହା ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉ ନାହିଁ ବୋଲି କହିଛନ୍ତି କୋର୍ଟ । ତାମିଲନାଡୁର ଏକ ଚାଉଳ ଚୋରାଚାଲଣ ଅଭିଯୋଗର ବିଚାର କରି ଏମିତି ମତ ରଖଇଛନ୍ତି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟଙ୍କ ରାୟର ଇଫେକ୍ଟ ଓଡିଶାରେ ପଡିଛି । ତାମିଲନାଡୁ ପରି ଓଡିଶା ସରକାର ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ଛତା ଯୋତା ଯାଏ ଅନେକ ସ୍କିମ କରିଛନ୍ତି । ଥିଲାବାଲା ଲୋକଙ୍କୁ ରାସନ କାର୍ଡ ଯୋଗାଣ କୁ ନେଇ ବି ରାଜ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏପରିକି କର୍ପୋରେଟର ଚେୟାରମ୍ୟାନ, ସରକାରୀ କର୍ମଚାରୀ ରାସନକାର୍ଡ ହାତେଇଥିବା ନେଇ ପୁଳାପୁଳା ଅଭିଯୋଗମାନେ ହୋଇଛି।  ଏବେ ସରକାରଙ୍କ ମାଗଣା ଖିଆ ଯୋଜନାକୁ ନେଇ ମାଡ୍ରାସ ହାଇକୋର୍ଟ ପ୍ରଶ୍ନ ଉଠାଇବା ପରେ ଓଡିଶା ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ କହିଛି କେବଳ ଲୋକଙ୍କ ଭୋଟ ହାତେଇବାକୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ,ଛତା ଯୋତା ଭଳି ମାଗଣାଖିଆ ଯୋଜନା କରୁଛନ୍ତି । ପ୍ରକୃତ ଗରିବ କମ  ଫାଇଦା ପାଉଥିବାବେଳେ ଏହାର ବେଶୀ ଫାଇଦା ସରକାରଙ୍କୁ ମିଳୁଛି । ସେପଟେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ନିଜେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । କହିଛନ୍ତି ତାମିଲନାଡୁ ଓ ଓଡିଶା ସ୍ଥିତି ଭିନ୍ନ । ବିରୋଧୀ ଗାଁକୁ ଯାଆନ୍ତୁ ବାସ୍ତବ ସ୍ଥି ଦେଖି କଥା କୁହନ୍ତୁ । ଅନେକ ଥିଲାବାଲା ଓ ବଡ ବଡିଆ ଲୋକେ ସରକାରୀ ମାଗଣା ଯୋଜନା ହାତେଇ ନେଉଛନ୍ତି ।କେବଳ ତାମିଲନାଡୁ କି ଓଡ଼ିଶା ନୁହେଁ ସାରା ଦେଶରେ ଏମିତି ଲୁଟେରା ହିତାଧିକାରୀଙ୍କ ସଂଖ୍ୟା କମ ନୁହେଁ। ଯେଉଁଥିପାଇଁ କୋର୍ଟଙ୍କୁ ଏଭଳି ଟିପ୍ପଣୀ ଦେବାକୁ ପଡ଼ିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.