Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୋଟ୍ ନିୟମରେ ହେଲା ବଡ ପରିବର୍ତ୍ତନ: ୬୫ ବର୍ଷରୁ ଉର୍ଦ୍ଧ୍ଵ ଓ କରୋନା ରୋଗୀ ପୋଷ୍ଟାଲ ବାଲାଟ୍‌ରେ ଦେଇ ପାରିବେ ଭୋଟ୍

2/07/2020 at 8:48 PM

ନୂଆଦିଲ୍ଲୀ ୦୨।୦୭:  ଭୋଟ୍‌ ଦେବା ନିୟମରେ ବଡ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ଯାହାଙ୍କ ବୟସ ୬୫ ବର୍ଷରୁ ଅଧିକ ଏବଂ ଯେଉଁମାନେ କରୋନା ସଂକ୍ରମିତ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ପୋଷ୍ଟାଲ  ବାଲାଟ୍ ପେପରରେ  ଭୋଟ୍‌ ଦେବେ। ନିର୍ବାଚନ ନିୟମ ୧୯୬୧ ଆଧାରରେ ସରକାର ଏମିତି ପଦକ୍ଷେପ ନେଇଛନ୍ତି।

ଏହା ସହିତ ଯେଉଁମାନଙ୍କ କରୋନା ଲକ୍ଷଣ ଦେଖା ଯାଉଛି ଏବଂ ମେଡିକାଲ ଯାଇ ନାହାନ୍ତି, କିନ୍ତୁ ନିଜକୁ ଘରେ କ୍ଵାରେଣ୍ଟାଇନ୍‌ କରିଛନ୍ତି ସେମାନେ ମଧ୍ୟ ପୋଷ୍ଟାଲ ବାଲାଟ୍‌ରେ ନିଜର ଭୋଟ୍ ଦେଇ ପାରିବେ। ଅନେକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭୋଟ୍ ଦେବା ବ୍ୟବସ୍ଥାରେ ଏହି ପରିବର୍ତ୍ତନ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଠାରେ କରୋନା ସଂକ୍ରମଣର ବିପଦ ଅଧିକ ରହିଥାଏ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଆସିଛି। କରୋନା ଭାଇରସ୍ ମହାମାରୀ ମଧ୍ୟ ଦେଶର ରାଜନୀତି ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଛି। ପୂର୍ବରୁ ପୋଷ୍ଟାଲ ବାଲାଟ୍ ପେପର କେବଳ ସେନା ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ଫେବୃଆରୀ ମାସରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଦିଲ୍ଲୀରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଅସାମର୍ଥ୍ୟ ବ୍ୟକ୍ତି ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ଦେଇଥିଲେ। ଦିଲ୍ଲୀ ବିଧାନସଭାରେ ଏହାକୁ ପରୀକ୍ଷଣମୂଳକ ଭାବେ ଲାଗୁ କରାଯାଇଥିଲା।

   Related Posts