Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀକୁ ମାତ୍‌ ଦେଲା ରାଜସ୍ଥାନ
  • ||
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||

ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ କର୍ମଚାରୀଙ୍କ ମୂଳ ଦରମା ୩ ହଜାର ଟଙ୍କା ବଢିପାରେ

19/10/2018 at 6:03 PM

ଭୁବନେଶ୍ୱର ୧୯/୧୦ : ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ପାଇଁ ସମସ୍ତ ଶର୍କରୀ କର୍ମଚାରୀ ଉତ୍କଣ୍ଠାର ଶହ ଅପେକ୍ଷା କରିଛନ୍ତି | ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତା ଜାନୁଆରୀ ମାସ ବେଳକୁ ୭ମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ ହୋଇଅପରେ | କିନ୍ତୁ ମୂଳ ଦରମା କେତେ ବଢିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ | ଅନ୍ୟ ପକ୍ଷରେ କର୍ମଚାରୀ ସଂଘ ପକ୍ଷରୁ ମୂଳ ଦରମା ବୃଦ୍ଧି ନେଇ ସରକାରଙ୍କ ଉପରେ ବରାବର ଚାପ ପ୍ରୟୋଗ ହୋଇଆସୁଛି | ସରକାର ମଧ୍ୟ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି କର୍ମଚାରୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି | ତେଣୁ ଦରମା ବୃଦ୍ଧି ସମ୍ପର୍କରେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି |

ଏଥିପାଇଁ ନିର୍ବାଚନ ପୂର୍ବରୁ ମୂଳ ଦରମା ବୃଦ୍ଧି ନେଇ ଆଲୋଚନା ଜୋର ଧରିଛି | ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରଙ୍କ ସୂଚନା ଅନୁସାରେ ମୂଳ ଦରମା ୩୦୦୦ ଟଙ୍କା ବୃଦ୍ଧି ହୋଇପାରେ | ସରକାର କେବଳ ଫିଟମେଣ୍ଟ ଫେକ୍ଟର ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି | ବର୍ତ୍ତମାନ ଫିଟମେଣ୍ଟ ଫେକ୍ଟର ୨.୫୭ ରହିଛି | ଏହାକୁ ସରକାର ୩ ଗୁଣ କରିପାରନ୍ତି | ଅପରପକ୍ଷରେ ଫିଟମେଣ୍ଟ ଫେକ୍ଟର ୩.୬୮ କରିବା ପାଇଁ କର୍ମଚାରୀ ସଂଘ ଦାବି କରି ଆସୁଛନ୍ତି |

ସରକାର ଯଦି ଫିଟମେଣ୍ଟ ଫେକ୍ଟର ୩ରେ ସୀମିତ ରଖନ୍ତି ତାହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୧୮ ହଜାର ଟଙ୍କାରୁ ବୃଦ୍ଧି ପାଇ ୨୧ ହଜାର ଟଙ୍କା ହେବ | ଯଦି କର୍ମଚାରୀ ସଂଘର ଦାବିକୁ ମାନିନିଆଯାଏ ତାହେଲେ ସର୍ବନିମ୍ନ ମୂଳ ଦରମା ୨୬ ହଜାର ଟଙ୍କାରେ ପହଂଚିବ |

୨୦୧୯ ଜାନୁଆରୀ ୨୬ ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୂଳ ଦରମା ବୃଦ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି | ସେ ଅନୁସାରେ ଅର୍ଥ ମନ୍ତ୍ରାଳୟ କାଗଜପତ୍ର ଓ ହିସାବ ପ୍ରସ୍ତୁତ କରୁଥିବା କୁହାଯାଉଛି | ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବର୍ଦ୍ଧିତ ଦରମା ଜାନୁଆରୀରୁ ହିଁ ଲାଗୁ ହେବ | ପିଛିଲା ଭାବେ ଲାଗୁ କରିବା ପାଇଁ ସରକାର ଅନିଛୁକ ଅଛନ୍ତି | ଏପରିକି ସପ୍ତମ ବେତନ କମିଶନ ଓ ଫିଟମେଣ୍ଟ ଫେକ୍ଟର ଅନୁସାରେ ଦରମା ବୃଦ୍ଧି ବେଳେ କୌଣସି ଏରିଅର ଦେବା ପାଇଁ ମଧ୍ୟ ସରକାର ଅମଙ୍ଗ ବୋଲି ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି | କାରଣ ବର୍ଦ୍ଧିତ ଦରମା ସାଙ୍ଗକୁ ଏରିଅର ପ୍ରଦାନ କଲେ ସରକାରଙ୍କ ବାର୍ଷିକ ବଜେଟ ଉପରେ ଏକ ବଡ ବୋଝ ପଡିବ |

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଆରମ୍ଭରେ ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଦରମା ପାଖାପାଖି ୧୪ ପ୍ରତିଶତ ବୃଦ୍ଧି କରିଥିଲେ | ତଥାପି କର୍ମଚାରୀମାନେ ଖୁସିନଥିଲେ | କର୍ମଚାରୀ ସଂଘ ଅଧିକ ବୃଦ୍ଧି ଦାବି କରିଥିଲେ |

   Related Posts