ବିଜେପି କର୍ମୀଙ୍କ ପରି 'ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ' ପାଳିଲେ ସରକାରୀ ଅଧିକାରୀ

Published By : Prameya-News7 Bureau | October 31, 2021 IST

ନୀଳଗିରି ୩୧/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଧୋବଶିଳା ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସୁରକ୍ଷା ବଜାୟ ରଖିବା ସହ ନିଜକୁ ସମର୍ପିତ କରିବା ଓ ଦେଶରେ ଜନସାଧାରଣଙ୍କ ଭିତରେ ବାର୍ତ୍ତା ପ୍ରସାର କରିବାର ମନୋଭାବ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସର୍ଦାଲ ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସମାରୋହରେ ସକାଳୁ ଗୋପୀନାଥପୁର ଠାରୁ ଏକ ବିଶାଳ ପଟୁଆରରେ ଶୋଭାଯାତ୍ରା କରାଯାଇ ଦେଶ ପାଇଁ ତ୍ୟାଗ କରିଥିବା ମହାନ ପୁରୁଷ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା । ମୁଖ୍ୟଅତିଥି ଭାବେ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ନୀଳଗିରି କଲେଜର ଇତିହାସ ଅଧ୍ୟାପିକା ମନ୍ଦାକିନୀ ଧଳ, ସମ୍ମାନ୍ନିତ ଅତିଥିଭାବେ ଫିଲଡ଼ ପବ୍ଲିସିଟି ଅଫିସର ନିର୍ମାଲ୍ୟ ବେହେରା, ଅତିରିକ୍ତ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ଚୌଧୁରୀ, ଜିଲ୍ଲା ସ୍ଵଚ୍ଛ ଭାରତ ମିଶନର ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ମାଳତୀ ସିଂ, ସମିତିସଭ୍ୟା ଜୟନ୍ତୀ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ହୋଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ।

ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବହୁ ଯୋଜନା ସମେତ ଟିକାକରଣ ସମେତ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ପୁରୁଷ ମାନଙ୍କ ଜୀବନୀ ଉପରେ ଫଟୋ ଚିତ୍ର ପ୍ରଦର୍ଶନୀ କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.