Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭାରତର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱୀତ କରିପାରୁନି ଆକର୍ଷକ ପ୍ୟାକେଜ୍, ସୁଯୋଗ ଅପେକ୍ଷାରେ ଫଣ୍ଡ ମ୍ୟାନେଜର

1/06/2020 at 3:46 PM

ମୁମ୍ୱାଇ: ପୁଞ୍ଜିନିବେଶ ଲାଗି ଏମର୍ଜିଂ ମାର୍କେଟ୍ (ଇଏମଏସ୍)  ଭାବେ ଫଣ୍ଡ ମ୍ୟାନେଜରଙ୍କ ଲାଗି ଏକଦା ଆକର୍ଷଣର କେନ୍ଦ୍ର ଥିବା ଭାରତ ପୁଞ୍ଜି ବଜାର ଏବେ ଚମକ୍ ହରାଇଛି। ବୈଶ୍ୱିକ ମହାମାରୀ ଓ ସେଥିଲାଗି ଭାରତ ସରକାରଙ୍କ ଲକଡାଉନ୍‌କୁ ଏହାର ଏକ ପ୍ରମୁଖ କାରଣ ମନେ କରାଯାଉଛି। କାରଣ କରୋନା ଭାଇରସ ମହାମାରୀ ଲାଗି ବିଶ୍ୱର ବିଭିନ୍ନ ଦେଶରେ ଜାରି କଟକଣା ଅପେକ୍ଷା ଭାରତର ନିୟମ ଅଧିକ କଠୋର ହେବା ଏପରି ପରିସ୍ଥିତି  ସୃଷ୍ଟି କରିଥିବା କହିଛନ୍ତି ବିଶେଷଜ୍ଞ। 

ଲକଡାଉନ୍‌ କାରଣରୁ ଗତ ତିନିମାସରେ ବେଞ୍ଚମାର୍କ ଇକ୍ୱିଟି ଇଣ୍ଡେକ୍ସ ସେନସେକ୍ସ 18.8%କୁ  ହ୍ରାସ ହୋଇଛି।  ତୁଳନାତ୍ମକ ଭାବେ ମୋର୍ଗାନ ଷ୍ଟାନଲେ କ୍ୟାପିଟାଲ ଇଣ୍ଟରନ୍ୟାସନାଲ (ଏମଏସସିଆଇ) ଇଣ୍ଡେକ୍ସରେ ଏହି ହ୍ରାସ 7.5%ରେ ପହଞ୍ଚିଛି।  ଏକ ଆକଳନରୁ ୨୦୨୦ ବର୍ଷରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ) ଭାରତୀୟ ବଜାରରୁ ୧୯ ବିଲିୟନ ଡଲାର ବାହାର କରିନେଇଛନ୍ତି। ଦେଶର ଷ୍ଟକ ବଜାର ଇତିହାସରେ ଏପରି ପ୍ରଥମ ଥର ହୋଇଥିଲା ଯେତେବେଳେ ଏକ ସମୟରେ ଏଫଆଇଆଇଙ୍କ ହୋଲ୍ଡିଂରେ ଥିବା ଭାରତୀୟ ଇକ୍ୱିଟି ଓ ବଣ୍ଡ ଅଚାନକ ଲିକ୍ୱିଡେଟ୍ ହେବାରେ ଲାଗିଥିଲା। ଏଥିରେ ଦେଶର ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ଲାଗି ଭାରତ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ତାଙ୍କପରି ଅନ୍ୟ ଇଏମଏସ୍‌ଙ୍କ ତୁଳନାରେ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ। 

ତେବେ ଭାରତର ଲକଡାଉନ୍‌ ନିୟମ ବିଶ୍ୱରଯେ କୌଣସି ଦେଶ ତୁଳନାରେ ନିଶ୍ଚିତ ରୂପେ କଠୋର ଓ କରୋନା ଭାଇରସର ମୁକାବିଲା ଲାଗି ଜରୁରି ଥିଲା ବୋଲି କହିଛନ୍ତି ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ କୋଟାକ୍ ମହେନ୍ଦ୍ରାର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଶିବାନୀ ସରକାର କୁରିୟନ। ଏହା ସତ୍ତ୍ୱେ ବଜାରର ଏବେ ଦ୍ରୁତ ବିକାଶ ହେଉଛି, ଏହାକୁ ସେ ପ୍ରାକୃତିକ ବୋଲି କହିଛନ୍ତି । ପରିସ୍ଥିତିର ମୁକାବିଲା ଲାଗି ସରକାର ଯେଉଁ ସବୁ ପଦକ୍ଷେପ ଗ୍ରାହଣ କରିଛନ୍ତି ତାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡିନାହିଁ। ଏଣୁ ବଜାର ଏବେ ଅସ୍ଥିର  ରହିବ, ହେଲେ ଫଣ୍ଡ ମ୍ୟାନେଜରମାନେ ସରକାରଙ୍କ ଘୋଷିତ ଆର୍ଥିକ ପ୍ୟାକେଜର ପ୍ରଭାବ ଅପେକ୍ଷାରେ ଥିବା ସେ ସୂଚିତ କରିଛନ୍ତି।  ଏଣୁ ବଜାରରେ ସାମାନ୍ୟ ପରିବର୍ତ୍ତନର ସୂଚନା ସେମାନଙ୍କ ଲାଗି ନିଶ୍ଚିତ ଉତ୍ସାହପ୍ରଦ ହେବ ବୋଲି ଶିବାନୀ ଆଶାବ୍ୟକ୍ତ କରିଛନ୍ତି। ତେବେ କରୋନା ଭାଇରସ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଅନ୍ୟ ପ୍ରଗତିଶୀଳ ଅର୍ଥନୀତି ତୁଳନାରେ ଭାରତର ପଦକ୍ଷେପକୁ ତୁଳନାତ୍ମକ ଭାବେ ରକ୍ଷଣଶୀଳ ବୋଲି କହନ୍ତି ଶିବାନୀ ।  

ମାର୍ଚ୍ଚମାସରୁ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥାର ସୁଧାର ଲାଗି ସରକାରଙ୍କ ପଦକ୍ଷେପକୁ ଐତିହାସିକ କହିଛନ୍ତି ମ୍ୟାକ୍ସ ଲାଇଫ ଇନସ୍ୟୋରାନ୍ସର ନିର୍ଦ୍ଦେଶକ ତଥା ମୁଖ୍ୟ ନିବେଶ ଅଧିକାରୀ ମିହିର ଭୋରା। ସେ କହିଛନ୍ତି ଯେ ପ୍ରତ୍ୟକ୍ଷ ଓ ତତ୍କାଳ ରାଜକୋଷ ପ୍ରୋତ୍ସାହନ 1 ପ୍ରତିଶତ ରହିଥିବା ବେଳେ ଅବଲମ୍ବନ କରାଯାଉଥିବା ମୌଦ୍ରିକ ଉପାୟ ମାନଦଣ୍ଡ ଅନୁରୂପ। ତେବେ ସରକାରଙ୍କ ପ୍ରକ୍ରିୟାରେ ଉପୁଜିଥିବା ପରିସ୍ଥିତିରୁ ମୁକୁଳିବାକୁ ହୁଏତ ଦୀର୍ଘ କାଳ ଲାଗି ପାରେ ବୋଲି କହିଛନ୍ତି ଭୋରା।

ତେବେ ବାସ୍ତବିକ୍ ଆର୍ଥିକ ଗତିବିଧି ସଙ୍କେତ ଯେପରି ବିନିର୍ମାଣ କ୍ରୟପରିଚାଳକଙ୍କ ସୂଚକାଙ୍କ (ପିଏମଆଇ), ବାସ୍ତବ ଜିଡିପି ଅଭିବୃଦ୍ଧି ଏବଂ ଆର୍ଥିକ ପଦ୍ଧତୀ ଯେପରିକି ବିନିମୟ ମୂଲ୍ୟ ଗତିବିଧି, ଷ୍ଟକମାର୍କେଟ୍ ପୁଞ୍ଜିକରଣରେ ପରିବର୍ତ୍ତନ ଭାରତୀୟ ଅର୍ଥବ୍ୟବସ୍ଥାକୁ ଏପ୍ରିଲ ମାସରେ ଆଣ୍ଠେଇ ଦେଇଥିଲା ନିଶ୍ଚିତ। ତେବେ ଏହି ସମୟରେ ଭାତର ସହ ତୁଳନା କଲେ ମେକ୍ସିକୋ ଓ ତୁର୍କି  ଭାରତ ଅପେକ୍ଷା ଅଧିକ ପ୍ରଭାବିତ ଦେଶ ବୋଲିକୁହାଯାଇପାରେ। 

   Related Posts