ବଡ଼ ନିଷ୍ପତ୍ତି : ଜାମ୍ମୁ କାଶ୍ମୀରର ପୁର୍ନଗଠନ ଓ ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଲେ ଅମିତ ଶାହ

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ ୫/୮: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗୃହମନ୍ତ୍ରୀ ଅମିତ ଶାହ କାଶ୍ମୀର ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଜି ସକାଳେ କ୍ୟାବିନେଟ ବୈଠକ ପରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ଅମିତ ଶାହ। ପ୍ରବଳ ହଟ୍ଟଗୋଳ ଓ ବିରୋଧୀଙ୍କ ନାରାବାଜି ମଧ୍ୟରେ  ଜାମ୍ମୁ କାଶ୍ମୀରର ପୂର୍ନଗଠନ ଏବଂ ଜାମ୍ମୁ କାଶ୍ମୀରରୁ ୩୭୦ଧାରାର ଉଚ୍ଛେଦ ପାଇଁ ଅମିତ ଶାହ ପ୍ରସ୍ତାବ ରଖିଛନ୍ତି।

ଅମିତ ଶାହ ଏହି ପ୍ରସ୍ତାବ ରଖିବା ପରେ ଗୃହରେ ପ୍ରବଳ ହଟଟ୍ଟଗୋଳ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ କାଶ୍ମୀରା ଘାଟିରେ ୪୦,୦୦୦ ଅତିରିକ୍ତ ସୈନ୍ୟ ମୁତୟନ ହୋଇଛନ୍ତି। ସରକାର ଏଭଳି ଏକ ନିଷ୍ପତି ନେଇଥିବାରୁ କାଶ୍ମୀର ଘାଟିରେ ଆନ୍ଦୋଳନ ଆଶଙ୍କା କରି ଏଭଳି ସୈନ୍ୟ ମୁତୟନ ହୋଇଥିବା ସ୍ପଷ୍ଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.