Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଖାଇବା ତେଲ ଉପରୁ ହଟିଲା ସୀମା ଶୁଳ୍କ, ଖୁଚୁରା ମୂଲ୍ୟ ହ୍ରାସରେ ହୋଇପାରେ ସହାୟକ

11/09/2021 at 7:20 PM

ନୂଆଦିଲ୍ଲୀ ୧୧।୯: ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ଲାଗି ପାମ, ସୋୟା ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସୀମା ଶୁଳ୍କ ହ୍ରାସ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି।  ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ ଅଶୋଧିତ ପାମ ତେଲର ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରି ୨.୫ ପ୍ରତିଶତ କରାଯାଇଥିବା କୁହାଯାଇଛି। ସେହିପରି ଅଶୋଧିତ ସୋୟା ଓ ସୂର୍ଯ୍ୟମୂଖୀ ତୈଳରେ ୭.୫ ପ୍ରତିଶତ ଶୁଳ୍କ ହ୍ରାସ କରାଯାଇ ୨.୫ ପ୍ରତିଶତ କରାଯାଇଛି।  ଏହି ଅଧିସୂଚନା ସାରା ଦେଶରେ ଶନିବାର ଲାଗୁ ହୋଇଯାଇଛି।

ଆମଦାନୀ ଶୁଳ୍କ ହ୍ରାସ ଯୋଗୁ ଏହି ସବୁ ତୈଳର ଖୁଚୁରା ମୂଲ୍ୟରେ ପ୍ରତି ଲିଟର ପାଖାପାଖି ୪ରୁ ୫ ଟଙ୍କା ହ୍ରାସ ହୋଇପାରେ ବୋଲି ସଲଭେଣ୍ଟ ଏକ୍ସପୋର୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସଇଏଆଇ)ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ବି.ଭି ମେହେଟା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଶୁଳ୍କ ହ୍ରାସ କରିବା ପରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେବାର ବି ଦେଖା ଯାଇଛି। ଏଣୁ ଶୁଳ୍କ ହ୍ରାସ ଯୋଗୁ ବେଶି ନ ହେଲେ ବି ଖାଉଟିଙ୍କୁ ଲିଟର ପିଛା ୨ରୁ ୩ଟଙ୍କା ଶସ୍ତାରେ ନିଶ୍ଚିତ ମିଳିପାରେ।

ସେ କହିଛନ୍ତି ଯେ ଦେଶରେ ଖାଦ୍ୟ ତୈଳ ମୂଲ୍ୟ ନିୟନ୍ତ୍ରଣ ଲାଗି ସରକାରଙ୍କୁ ରେପସିଡ (ଶୋରିଷ ଭଳି କିଷମର ତୈଳ ବିଜ) ଉପରୁ ମଧ୍ୟ ଆମଦାନୀ ଶୁଳ୍କ ହ୍ରାସ କରିବା ଦରକାର। ତେବେ ଆମଦାନୀ ଶୁଳ୍କ ହ୍ରାସ ନୂଆ କଥା ନୁହେଁ। ଗତ କିଛି ମାସରେ ସରକାର ବିଭିନ୍ନ ଖାଦ୍ୟ ତୈଳ ଉପରୁ ଆମଦାନୀ ଶୁଳ୍କ ହ୍ରାସ ମଧ୍ୟ କରିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସରକାରଙ୍କ ହ୍ରାସର ପ୍ରଭାବକୁ କମ କରିଥିବା ମେହେଟା କହିଛନ୍ତି।   

   Related Posts