ଆସନ୍ତା ଜାନୁଆରୀ ୧ ତାରିଖରୁ ଦେଶରେ ଏହି ସବୁ ସୁବିଧା ବନ୍ଦ ହେବାକୁ ଯାଉଛି, ଜାଣନ୍ତୁ କଣ...

Published By : Prameya-News7 Bureau | December 09, 2018 IST

ଯଦି ଆପଣ କୌଣସି ପୋଷ୍ଟ ପେଡ ପେପର ବିଲ ବ୍ୟବହାର କରୁଛନ୍ତି ତାହେଲେ ଜାଣି ରଖନ୍ତୁ ଏହି ସୁବିଧା ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି | ଯେଉଁମାନେ ପୋଷ୍ଟ ପେଡ ନମ୍ବର ବ୍ୟବହାର କରୁଛନ୍ତି, ଟେଲିକମ କମ୍ପାନୀ ସେ ସମସ୍ତ ଗ୍ରାହକଙ୍କ ଘରକୁ ପୋଷ୍ଟପେଡ ପେପର ବିଲ ପ୍ରିଣ୍ଟ କରି ପଠାଇଥାଏ | ଯାହାଫଳରେ ପରିବେଶର କ୍ଷତି ହୋଇଥାଏ | କାରଣ ପେପର ବିଲ ଏବଂ ପେପର ବ୍ୟାଗ ତିଆରି କରିବା ପାଇଁ ହଜାର ହଜାର ସଂଖ୍ୟାର ଗଛ କଟାଯାଇଥାଏ | ଏହି କ୍ଷତି ପୂରଣ କରିବା ପାଇଁ ସରକାର ସମସ୍ତ ଟେଲିକମ କମ୍ପାନୀଗୁଡିକୁ ପେପର ବିଲ ବ୍ୟବସ୍ଥା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି | ଏହାଛଡା ପେପର ବିଲ ବଦଳରେ ଇଲେକ୍ଟ୍ରିକ ବିଲ ବ୍ୟବହାର କରିବା ପାଇଁ ନିର୍ଦେଶ ଦେଇଛନ୍ତି ସରକାର | ଏହା କେବଳ ଯେ ଟେଲିକମ ବିଭାଗ ପାଇଁ ଲାଗୁ ତାହାନୁହେଁ | ବରଂ ଅତି ଶୀଘ୍ର ଏହି ବ୍ୟବସ୍ଥା ବିଜୁଳି ବିଭାଗରେ ମଧ୍ୟ ଅବଲମ୍ବନ କରାଯିବ | ବିଜୁଳି ବିଭାଗ ମଧ୍ୟ ଗ୍ରାହକଙ୍କୁ ପେପର ବିଲ ବଦଳରେ ଇଲେକ୍ଟ୍ରିକ ବିଲ ଯୋଗେଇଦେବ ବୋଲି ସରକାର ଘୋଷଣା କରିଛନ୍ତି | ଏମିତି ପଦକ୍ଷେପ ନେବା ଦ୍ୱାରା ପରିବେଶଏଅ ସୁରକ୍ଷା କରାଯାଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.