୧୨ଘଣ୍ଟା ପରେ ଦୁଇ ଟିଭି ଚ୍ୟାନେଲ ଉପରୁ ୪୮ଘଣ୍ଟିଆ ବ୍ୟାନ୍ ଉଠାଇଲେ ସରକାର ,ମନ୍ତ୍ରୀଙ୍କ ସଫେଇ ପ୍ରେସ୍ ସ୍ବାଧୀନତାକୁ ଗୁରୁତ୍ବ ଦିଅନ୍ତି ମୋଦି ସରକାର

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୭/୩: ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ସମୟରେ ଦାୟିତ୍ବହୀନ ରିପୋର୍ଟିଙ୍ଗ୍ ପାଇଁ କେରଳର ଦୁଇଟି ନ୍ୟୁଜ ଚ୍ୟାନେଲ ଉପରେ ଲଗାଯାଇଥିବା ବ୍ୟାନକୁ ସରକାର ଉଠାଇଦେଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରେସର ସ୍ବତନ୍ତ୍ରତାକୁ ସମର୍ଥନ କରୁଛି।

  ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଶନିବାର କହିଛନ୍ତି ଯେ କେନ୍ଦ୍ର ମାଲୟାଲମ ଭାଷାର ଦୁଇଟି ନ୍ୟୁଜ ଚ୍ୟାନେଲ ଉପରେ ଲଗାଯାଇଥିବା ୪୮ଘଣ୍ଟାର ବ୍ୟାନକୁ ଉଠାଇ ଦେଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗତ ମାସରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ସମୟରେ ସମସ୍ତ ଘରୋଇ ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲକୁ ପରାମର୍ଶ ଜାରି କରି ସେମାନଙ୍କୁ ହିଂସା ସୃଷ୍ଟି କରାଉଥିବା କିମ୍ବା ରାଷ୍ଟ୍ରବିରୋଧୀ ଦୃଷ୍ଟିକୁ ଗୁରୁତ୍ବ ଦେଉଥିବା ସାମଗ୍ରୀ ପ୍ରତି ସାବଧାନତା ଅବଲମ୍ବନ କରିବାକୁ କହିଥିଲେ। ଏସିଆନେଟ୍ ନ୍ୟୁଜ ଏବଂ ମିଡିଆ ଓ୍ବାନରେ ଶୁକ୍ରବାର ୪୮ଘଣ୍ଟାର ବ୍ୟାନ୍ ଲଗା ଦିଆଯାଇଥିଲା। ଏହି ରୋକ ଏହି କାରଣ ଯୋଗୁଁ ଲଗାଯାଇଥିଲା କାରଣ ଏହା ଦେଶରେ ସାମ୍ପ୍ରଦାୟିକ ବିଦ୍ବେଷକୁ ଗୁରୁତ୍ବ ଦେଉଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.