ଏବେ Black Fungus ଚିକିତ୍ସା ହେବା ସହଜ,ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଆବଣ୍ଟିତ ହେଲା ଔଷଧ

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ ୨୫।୫: କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରରେ ଯାହା ସବୁଠୁ ଅଧିକ ଚିନ୍ତାଜନକ ତାହା ହେଉଛି ବ୍ଲାକ୍‌ ଫଙ୍ଗସ ସଂକ୍ରମଣ। ତେବେ ପରିସ୍ଥିତିର ମୁକାବିଲା ଲାଗି ସରକାର ଏଥିପାଇଁ ଜରୁରି ଔଷଧ Amphotericin- B ସବୁ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଛି। ଏହା ପୂର୍ବରୁ ମେ ୨୧ ତାରିଖ ଦିନ ମଧ୍ୟ ଏହି ଔଷଧର ୨୩ ହଜାର ୬୮୦ ସିସି ଆବଣ୍ଟିତ ହୋଇଥିଲା।

କେନ୍ଦ୍ର ଉର୍ବରକ ଓ ରସାୟନ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଏହି ଫଙ୍ଗସ ସଂକ୍ରମଣର ଅଭିଯୋଗ ଥିବା ରାଜ୍ୟ ଯଥାକ୍ରମେ ଆନ୍ଧ୍ରପ୍ରଦେଶ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, ଜମ୍ମୁ-କାଶ୍ମୀର, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ,ତେଲେଙ୍ଗାନା, ୟୁପି ଓ ଉତ୍ତରାଖଣ୍ଡ ଆଦି ରାଜ୍ୟଙ୍କୁ ଏହି ଔଷଧ ବିତରଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.