Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହ୍ବାଟସ୍‌ଆପ୍‌ର ନୂଆ ପ୍ରାଇଭେସି ପଲିସିକୁ ଝଟ୍‌କା, ପ୍ରତ୍ୟାହାର ପାଇଁ ସରକାରଙ୍କ ନିର୍ଦ୍ଦେଶ

19/05/2021 at 7:40 PM

ନୂଆଦିଲ୍ଲୀ ୧୯।୫: ହ୍ବାଟସଆପ୍ ତାର ନୂଆ ପ୍ରାଇଭେସି ପଲିସିକୁ ନେଇ ଲଗାତର ଚର୍ଚ୍ଚାରେ ରହିଛି ।  ବର୍ତ୍ତମାନ ଆଇଟି ମନ୍ତ୍ରଣାଳୟ ହ୍ବାଟସ ଆପ୍ କୁ ତାର ନୂଆ ପ୍ରାଇଭେସି ପଲିସିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । ହ୍ବାଟସଆପ୍ ର ପଲିସି ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ହ୍ବାଟସଆପ୍ ଠାରୁ ଉତ୍ତର ମାଗିଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୂଚନା ଏବଂ ଲୋକସଂପର୍କ ମନ୍ତ୍ରଣାଳୟ ହ୍ବାଟସ ଆପ୍ କୁ ତାର ନୂଆ ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସରକାର କମ୍ପାନୀକୁ ଜବାବ ଦେବାକୁ ୭ ଦିନ ଅର୍ଥାତ ମେ’ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ଏବଂ ଯଦି କୌଣସି ପ୍ରତିକ୍ରିୟା ନ ମିଳେ ତେବେ ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ମେ ୧୮ ରେ ଏକ ଚିଠି ମଧ୍ୟ ପଠାଯାଇଛି । ଆଇଟି ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, ହ୍ବାଟସ୍ ଆପ୍ ର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଗୋପନୀୟତା, ଡାଟା ସୁରକ୍ଷାର ମୂଲ୍ୟକୁ ଦୁର୍ବଳ କରିଥାଏ । ଭାରତୀୟ ନାଗରିକଙ୍କ ଅଧିକାରକୁ କ୍ଷତି ପହଞ୍ଚିଥାଏ । ହ୍ବାଟସ୍ ଆପ୍ ର ନୂଆ ପ୍ରାଇଭେସି ପଲିସି ମେ’ ୧୫ରୁ କାର୍ଯ୍ୟକାରୀ ହୋଇଯାଇଛି ।

ହ୍ବାଟସ୍ ଆପ୍ କହିଛି ଯେ, ଯଦି ୟୁଜର୍ସ ପ୍ରାଇଭେସି ପଲିସିକୁ ଗ୍ରହଣ ନକରନ୍ତି, ତେବେ ଆକାଉଣ୍ଟକୁ ଡିଲିଟ କରାଯିବନାହିଁ । କିନ୍ତୁ ଧୀରେ ଧୀରେ କିଛି ଫିଚର ବନ୍ଦ କରିଦିଆଯିବ । ଅର୍ଥାତ୍ ଯେଉଁ ୟୁଜର୍ସ ପଲିସିକୁ ଗ୍ରହଣ କରିବେ ନାହିଁ, ତେବେ କମ୍ପାନୀ ସେମାନଙ୍କୁ ଲିମିଟେଡ୍ ଫନକ୍ସନାଲିଟି ମୋଡରେ ରଖିଦେବ ।

ଏହାସହ ହ୍ବାଟସ୍ ଆପ୍ ଆପଣଙ୍କ ଫୋନକୁ ମେସେଜ ଏବଂ କଲ୍ ପଠାଇବା ବନ୍ଦ କରିଦେବ ଏବଂ ୟୁଜର୍ସ ତାଙ୍କ ହ୍ବାଟସ୍ ଆପ୍ ରେ ଆସୁଥିବା ମେସେଜ୍ କୁ ପଢିବା କିମ୍ବା ଉତ୍ତର ଦେଇପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ହ୍ବାଟସ୍ ଆପ୍ ୟୁଜର୍ସଙ୍କ ଆକାଉଣ୍ଟରେ ଅଡିଓ ଏବଂ ଭିଡିଓ କଲିଂକୁ ତୁରନ୍ତ ବନ୍ଦ କରାଯିବନାହିଁ । ମେ’ ୧୫ ପରେ ହ୍ବାଟସ ଆପ୍ ପ୍ରାଇଭେସି ପଲିସିକୁ ଗ୍ରହଣ କରିବାକୁ ୟୁଜର୍ସଙ୍କୁ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏମିତିରେ ହ୍ବାଟସ ଆପ୍ ୟୁଜର୍ସଙ୍କୁ ମେ’ ୧୫ ପରେ ଲଗାତର ନୂଆ ପଲିସିକୁ ଗ୍ରହଣ କରିବାକୁ ନୋଟିଫିକେସନ ପଠାଯିବ । ଏହାପରେ କାର୍ଯ୍ୟକୁ ସୀମିତ କରିବା ପାଇଁ ପଦକ୍ଷେପ ନିଆଯିବ ।

   Related Posts