ଏୟାର ଇଣ୍ଡିଆ ବିକ୍ରିରେ ମୋହର ମାରିଲେ ସରକାର, ଏବେ ଟାଟା ସମ୍ଭାଳିବ ପାଇଲଟ୍‌ ଭାର

Published By : Prameya-News7 Bureau | October 08, 2021 IST

ନୂଆଦିଲ୍ଲୀ ୧୦/୦୯: ଭାରତର ସବୁଠାରୁ ବଡ଼ ବିମାନ ସେବା ପ୍ରଦାନକାରୀ ଏୟାର ଇଣ୍ଡିଆ ଘରୋଇକରଣ ପ୍ରକ୍ରିୟା ଶେଷ ହୋଇଛି । ବର୍ଷ ଧରି ଚାଲିଥିବା ନିଲାମରେ ଏବେ ଏୟାର ଇଣ୍ଡିଆକୁ ନୂଆ ମାଲିକ ମଳିଛି । ସରକାର ଏହାର ମାଲିକଙ୍କ ନାମରେ ଆଜି ମୋହର ମାରିଛନ୍ତି । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଏଣ୍ଡ ପବ୍ଲିକ୍‌ ମ୍ୟାନେଜ୍‌ମେଣ୍ଟ (Department of Investment and Public Asset Management- DIPAM)ବା ଦିପମ୍‌ ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛି ।

କେନ୍ଦ୍ର ସରକାର ଏହି ପ୍ରକ୍ରିୟାରେ ଟାଟା ସହିତ କିଛି ସର୍ତ୍ତ ରଖିଥିବା ଜଣାପଡ଼ିଛି । ଦୀପମ୍‌ର ସଚିବ ତୁହିନକାନ୍ତ ପାଣ୍ଡେ ଏ ନେଇ ଗଣମାଧ୍ୟମକୁ ଜଣାଇଥିବା ବେଳେ କମ୍ପାନୀର ଜମି ଓ ଅଫିସ୍‌ ଗୃହ କେନ୍ଦ୍ର ସରକାର ଅଧିନରେ ରହିବ ବୋଲି ସେ କହିଛନ୍ତି । ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆ କମ୍ପାନୀରୁ ଭାରତ ସରକାର ନିଜ ଅଂଶଧନ ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏଥି ପାଇଁ ନିଲାମ ଡକାଯାଇଥିଲା ।  ମୋଟ ୭ଟି ସଂସ୍ଥା ଏହି ପ୍ରକ୍ରିୟାରେ ଭାଗ ନେଇଥିଲେ । ୧୮ ହଜାର କୋଟିର ବିଡ୍‌ ଦାଖଲ କରିଥିଲା ଟାଟା । ସରକାର ଆଜି ଏହି ବିଡ୍‌ରେ ମୋହର ମାରିଛନ୍ତି ।  

କରଜରେ ବୁଡ଼ି ରହିଥିବା ଏହି ରାଷ୍ଟ୍ରାୟତ୍ତ କମ୍ପୀନୀ ଏଣିକି ଟାଟା ଗ୍ରୁପ ଅଧୀନରେ ରହିବ । କିଛିଦିନ ତଳେ ଏୟାର ଇଣ୍ଡିଆ ବିକ୍ରୟ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟରେ ନିଲାମ ଜିତିଥିଲା ଟାଟା ଗ୍ରୁପ୍ । ଟାଟା ଗ୍ରୁପ୍‌ର ଅଜୟ ସିଂ ଏବଂ ସ୍ପାଇସଜେଟ୍‌ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଡାକିଥିଲେ । ଏହାପୂର୍ବରୁ ୨୦୧୮ରେ ସରକାର କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଥିଲା । ଏହାର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ହୋଇନଥିଲା ।

୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆର ନିଟ୍ ଲାଭ ହୋଇନାହିଁ । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା । କିନ୍ତୁ ବର୍ତ୍ତମାନ ଟାଟା ସନ୍ସଙ୍କୁ ଏଥିରୁ ୨୩,୨୮୬.୫କୋଟି ଟଙ୍କା ବୋଝ ସହିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.