Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟି. ରବିଶଙ୍କର ହେଲେ RBIର ଡେପୁଟୀ ଗଭର୍ଣ୍ଣର

2/05/2021 at 3:41 PM

ନୂଆଦିଲ୍ଲୀ ୦୨/୦୫ : ଟି ରବିଶଙ୍କର ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (RBI)ର ପରବର୍ତ୍ତୀ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଆରବିଆଇର କାର୍ଯ୍ୟକାରୀ ନିର୍ଦେଶକ ଥିବା ଟି ରବିଶଙ୍କରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪ର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ଦାୟିତ୍ବ ଦିଆଯାଇଛି । ଗତ ଏପ୍ରିଲ ୧୨ ତାରିଖରେ ବି ପି କାନୁନ୍‌ଗୋଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିଥିଲା ।

କ୍ୟାବିନେଟ୍‌ ନିଯୁକ୍ତି କମିଟିର ସୁପାରିଶ ପରେ ରବିଶଙ୍କରଙ୍କ ନାଁ ଉପରେ ମୋହର ଲଗାଯାଇଥିଲା । ସେ ଏହି ପଦବୀରେ ଆସନ୍ତା ୩ ବର୍ଷ ଯାଏଁ କାର୍ଯ୍ୟ କରିବେ । ତେବେ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ ଅନ୍ୟ ୩ ଜଣ ଡେପୁଟୀ ଗଭର୍ଣ୍ଣର ହେଉଛନ୍ତି ଡି. ପାତ୍ର, ମୁକେଶ କୁମାର ଜୈନ ଏବଂ ରାଜଶ୍ବେର ରାଓ ।

ରିଜର୍ଭ ବ୍ୟାଙ୍କ ଡେପୁଟୀ ଗଭର୍ଣ୍ଣର ଭାବେ ନୂତନ ଦାୟିତ୍ବ ପାଇଥିବା ଟି. ରବିଶଙ୍କର ବନାରସ ହିନ୍ଦୁ ୟୁନିଭରସିଟିରୁ ବିଜ୍ଞାନ ଏବଂ ପରିସଂଖ୍ୟାନରେରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ୧୯୯୦ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କରେ ପ୍ରଥମେ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

   Related Posts