ଯିଏ କୁମ୍ଭୀର ବେକରୁ ଟାୟାର କାଢିଦେବ ତାକୁ ପୁରସ୍କାର ଦେବେ ସରକାର

Published By : Prameya-News7 Bureau | January 31, 2020 IST

ସୁଲାୱେସୀ : ଇଣ୍ଡୋନେସିଆ ସୁଲାୱେସୀର ଏକ କୁମ୍ଭୀର ଏବେ ପାଲଟିଛି ଚିନ୍ତାର କାରଣ। ଦୀର୍ଘ ବର୍ଷରୁ କୁମ୍ଭୀର ବେକରେ ଏକ ମୋଟର ସାଇକେଲ ଟାୟାର ଫସି ରହିଛି। କୁମ୍ଭୀରର ବୟସ ବଢିବା ସହ ତାର ଆକାର ବଦଳୁଥିବା ବେଳେ ଟାୟାର ତା ଗଳାରେ ଫାଶ ହୋଇଛି। ସୁଲେୱେସୀ ନ୍ୟାଚୁରାଲ ରିସୋର୍ସେସ୍ କଞ୍ଜରଭେସନ ଏଜନ୍ସୀର ଦେଖରେଖରେ କୁମ୍ଭୀରଟି ରହିଛି। ହେଲେ ଟାୟାର ଯୋଗୁ କୁମ୍ଭୀରର ଯନ୍ତ୍ରଣା ଏବେ ବଢିଯାଇଥିବା ବେଳେ ସଂସ୍ଥାର କର୍ମଚାରୀମାନେ ତା ନିକଟକୁ ଲୋକଙ୍କୁ ଛାଡୁ ନାହାନ୍ତି।

{"id":218377,"width":579,"height":375,"sizeSlug":"large"}

ତେବେ କୁମ୍ଭୀରକୁ ଯନ୍ତ୍ରଣା ମୁକ୍ତ କରିବା ଲାଗି ସରକାର ଉଦ୍ୟମ କରୁ ନାହାନ୍ତି ତାହା ନୁହେଁ। ଏଥିଲାଗି ସରକାର ପୁରସ୍କାର ମଧ୍ୟ ଘୋଷଣା କରିସାରିଲେଣି। ହେଲେ କୁମ୍ଭୀର ଗଳାରୁ ଟାୟାର କାଢିବା ଲାଗି ଏଜେନ୍ସୀ ରଖିଥିବା ସର୍ତ୍ତ ଯୋଗୁ ଏଥିରେ ବିଳମ୍ବ ହେଉଛି। ଏଜେନ୍ସୀ ଏଥିଲାଗି କୁମ୍ଭୀର ଶିକାରୀଙ୍କ ତଲସା କରୁଛି। ପେଷାଦାର ଶିକାରୀ ହେଲେ ତା ଗଳାରୁ ମୋଟରସାଇକେଲ ଟାୟାରଟିକୁ କାଢିଦେଇ ପାରନ୍ତା।

{"id":218378,"sizeSlug":"large"}

ତେବେ ୧୩ଫୁଟ ଲମ୍ବ ଏହି କୁମ୍ଭୀର ଏବେ ଯୁବାବସ୍ଥାରେ ପହଞ୍ଚିଥିବା ବେଳେ ମୋଟା ହେବାରେ ଲାଗିଛି। ଏଣୁ ଟାୟାରଟି ତାକୁ ଯନ୍ତ୍ରଣା ଦେଉଛି. ଫଳରେ କୁମ୍ଭୀରଟି ହିଂସ୍ର ହୋଇ ଉଠିଛି। ଏଣୁ କୁମ୍ଭୀରକୁ ଟାୟାରଟି ଧିରେ ଧିରେ ମୃତ୍ୟୁ ଆଡକୁ ନେଇଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି। ତେବେ ଏପର୍ଯ୍ୟନ୍ତ ତାକୁ ଯନ୍ତ୍ରଣାରୁ ମୁକ୍ତ କରିବାକୁ ଇଣ୍ଡୋନେସିଆ ସରକାରଙ୍କୁ କେହି ପ୍ରସ୍ତାବ ଦେଇନଥିବା ଏଜେନ୍ସୀର କର୍ମଚାରୀମାନେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.