Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଏଲନ ମସ୍କଙ୍କ ‘ଷ୍ଟାର ଲିଙ୍କ ଇଣ୍ଟରନେଟ୍’ ନେଇ ଲୋକଙ୍କୁ ସତର୍କ କଲେ ସରକାର, ଜାଣନ୍ତୁ କାରଣ

28/11/2021 at 7:18 PM

ନୂଆଦିଲ୍ଲୀ ୨୮।୧୧:  ଆମେରିକୀୟ ମହାକାଶ ବ୍ୟବସାୟୀ ଏଲନ ମସ୍କଙ୍କ ‘ଷ୍ଟାରଲିଙ୍କ ଇଣ୍ଟରନେଟ୍ ’ ସେବା ନ ନେବା ଲାଗି କେନ୍ଦ୍ର ସରକାର ଦେଶବାସୀଙ୍କୁ ସତର୍କ କରିଛନ୍ତି। ଦେଶରେ ଏପରି ସେବା ଉପଲବ୍ଧ ଲାଗି ସଂସ୍ଥା ଭାରତ ସରକାରଙ୍କଠାରୁ ଲାଇସେନ୍ସ ପ୍ରାପ୍ତ କରିନାହାନ୍ତି। ଏଣୁ ବିଜ୍ଞାପନରେ ଦେଖି କମ୍ପାନୀର ସେବା ଲାଗି ସଦସ୍ୟତା ଗ୍ରହଣ ନ କରିବାକୁ ସତର୍କ କରାଯାଇଛି।

ସେହିପରି ଷ୍ଟାରଲିଙ୍କକୁ ଉପଗ୍ରହ ଆଧାରିତ ସଞ୍ଚାର ସେବା ଅଫର ନିମନ୍ତେ ନିୟାମକୀୟ ଉପାୟ ଅବଲମ୍ବନ କରିବାକୁ ଦୂରସଞ୍ଚାର ବିଭାଗ (ଡିଓଟି) କହିଛନ୍ତି। ଭାରତରେ ଉପଗ୍ରହ ଇଣ୍ଟରନେଟ ସେବା ନିମନ୍ତେ ବୁକିଂ ଓ ସେବା ପ୍ରଦାନ ଉପରେ ତତ୍କାଳ ରୋକ ଲଗାଯିବ ବୋଲି  ଡିଓଟି କହିଛନ୍ତି। ଏକ ବୟାନରେ ବିଭାଗ ଷ୍ଟାରଲିଂକ ଇଣ୍ଟରନେଟ୍ ସେବାର ବିକ୍ରି ପୂର୍ବ ବୁକିଂ ଆରମ୍ଭ କରିଥିବାର ଜଣାପଡିଥିବା କହିଛନ୍ତି। ଷ୍ଟାରଲିଂ ୱେବସାଇଟ୍‌ରେ ଏ ନେଇ ବ୍ୟବସ୍ଥା ଥିବାର ମଧ୍ୟ ଦେଖା ଯାଇଛି।

ଏଲନମସ୍କଙ୍କ ଷ୍ଟାରଲିଂକ ଇଣ୍ଟନରେଟ୍ ସର୍ଭିସେସ୍ ସ୍ପେସ୍‌ ଏକ୍ସ ଏରୋସ୍ପେସ୍‌ କମ୍ପାନୀର ଏକ ଡିଭିଜନ। କମ୍ପାନୀ କରାବାର ଲାଗି ଭାରତରେ ନଭେମ୍ବର ୧ ତାରିଖ ଦିନ ରେଜିଷ୍ଟ୍ରେସନ କରିଥିଲା। ଏଣୁ ବିଜ୍ଞାପନ ପ୍ରସାର ଆରମ୍ଭ କରିଛି, ଏହା ସହ ନିଜ ସେବାର ପ୍ରି ସେଲ ମଧ୍ୟ ଆରମ୍ଭ କରିଦେଇଛି। ଏହା ପୂର୍ବରୁ ଷ୍ଟାରଲିଂକର କଣ୍ଟ୍ରି ଡାୟରେକ୍ଟର ସଞ୍ଜୟ ଭାର୍ଗବ ସାଟେଲାଇଟ ସେବା ଲଞ୍ଚ ନିମନ୍ତେ କମ୍ପାନୀର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

କମ୍ପାନୀର ଭାରତରେ ଶତ ପ୍ରତିଶତ ମାଲିକାନାଧିନ ସଂସ୍ଥା ଥିବାର ସେ ସୂଚିତ କରିଥିଲେ। ଏଣୁ କମ୍ପାନୀ ଲାଇସେନ୍ସ ନିମନ୍ତେ ଆବେଦନ କରିପାରନ୍ତି ବୋଲି କହିଥିଲେ। କମ୍ପାନୀ ଭାରତରେ ୫ ହଜାର ପ୍ରି ଅର୍ଡର ପାଇସାରିଛି। ହେଲେ ଲାଇସେନ୍ସ ନଥିବାରୁ ଏହାର ପ୍ରକ୍ରିୟାକରଣ କରିପାରୁ ନାହିଁ। ଭାର୍ଗବ କହିଥିଲେ ଯେ ଷ୍ଟାରଲିଂକ ସେହି ସବୁ ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ  ଯେଉଁମାନେ ଶତ ପ୍ରତିଶତ ବ୍ରଡବ୍ୟାଣ୍ଡ ଲାଗି ଇଛୁକ। ଟେରେଷ୍ଟ୍ରିୟଲ ବ୍ରବ୍ୟାଣ୍ଡ ଦ୍ୱାରା କମ୍ପାନୀ ସେବା ପ୍ରଦାନ କରିପାରିବେ।   

   Related Posts