Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସରକାରୀ କର୍ମଚାରୀ ଓ ପେନସନରଙ୍କ ଲାଗି ଖୁସିଖବର ! ମହଙ୍ଗା ଭତ୍ତା ଉପରୁ ରୋକ ହଟାଇବାକୁ ରାଜି ହେଲେ ମୋଦି ସରକାର

29/06/2021 at 2:48 PM

ନୂଆଦିଲ୍ଲୀ ୨୯।୬:  ଶେଷରେ ଖୁସିଖବର ଆସିଛି। ସରକାରୀ କର୍ମଚାରୀଙ୍କ  ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କ ମହଙ୍ଗା ରିହାତି (ଡିଆର) ଉପରୁ ରୋକ ହଟାଇବାକୁ ମୋଦି ସରକାର ରାଜି ହୋଇଯାଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମେତ ପେନସନରଙ୍କୁ ସେପ୍ଟେମ୍ବର ମାସ ଦରମାରେ ବର୍ଦ୍ଧିତ ରାଶି ମିଳିବ।  ଏ ନେଇ ନ୍ୟାସନାଲ କାଉନସିଲ (ଷ୍ଟାଫ ସାଇଡ) ପରିପତ୍ର ମଧ୍ୟ ପ୍ରକାଶ କରିଛନ୍ତି।

କର୍ମଚାରୀ ପକ୍ଷଙ୍କ ସଚିବ ଶିବ ଗୋପାଲ ମିଶ୍ର ଜାରି କରିଥିବା ପତ୍ରରେ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି। ଏନସି ଜେସିଏମ (କର୍ମଚାରୀ ପକ୍ଷ) ସଚିବଙ୍କ ପତ୍ର ଅନୁସାରେ ୨୬ ଜୁନ ୨୦୨୧ରେ କ୍ୟାବିନେଟ୍‌ ସଚିବଙ୍କ ସହ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନରଙ୍କ ସ୍ୱାର୍ଥ ନେଇ ବଡ଼ ନିଷ୍ପତ୍ତି ହୋଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ ଗତ ଦେଢବର୍ଷ ହେଲା ଫ୍ରିଜ ଡିଏ ଓ ଡିଆର ନେଇ ଆଲୋଚନା ହୋଇଥିବା ସୂଚିତ କରିଛନ୍ତି।

ମିଶ୍ର ତାଙ୍କ ପତ୍ରରେ କ୍ୟାବିନେଟ୍‌ ସଚିବ କର୍ମଚାରୀଙ୍କ ଡିଏ ଓ ଡିଆର ଜାରି ଲାଗି ସହମତ ହୋଇଥିବା ଉଲ୍ଲେଖ କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ ଜାନୁୟାରୀ, ଜୁଲାଇ ୨୦୨୦ର ବକେୟା ମହଙ୍ଗା ଭତ୍ତା ସହ ଜାନୁୟାରୀ ୨୦୨୧ର ଦେୟ ମହଙ୍ଗା ଭତ୍ତା ମଧ୍ୟ ମିଳିବା ନିଶ୍ଚିତ ହୋଇଯାଇଛି। ଜୁଲାଇ ୨୦୨୧ରେ ଘୋଷଣା ହେବାକୁ ଥିବା ମହଙ୍ଗା ଭତ୍ତା ଓ ମହଙ୍ଗା ରିହାତି ସହ ବକେୟା ମଧ୍ୟ ସଂଯୁକ୍ତ କରି ଘୋଷଣା କରାଯିବ ବୋଲି ମିଶ୍ର ଉଲ୍ଲେଖ କରିଛନ୍ତି। ଭତ୍ତାରେ ଜୁଲାଇ ଓ ଅଗଷ୍ଟ ବାବଦ ବର୍ଦ୍ଧିତ ରାଶି ଏରିୟର ହୋଇ ସପ୍ଟେମ୍ବରରେ ମିଳିବ।  

   Related Posts