ସାବଧାନ୍ ! ଆପଣ ବି ବ୍ୟବହାର କରୁଛନ୍ତି କି N-95 ମାସ୍କ ? ସରକାର ଜାରି କରିଛନ୍ତି ଗାଇଡ୍‌ଲାଇନ୍, ସୁରକ୍ଷିତ ନୁହେଁ ଏହି ମାସ୍କ

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧/୦୭ : ଯଦି ଆପଣ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବ ପାଇଁ N-95 ମାସ୍କ ବ୍ୟବହାର କରୁଛନ୍ତି ତାହେଲେ ଜାଣିରଖନ୍ତୁ, ସରକାର N-95 ମାସ୍କକୁ ନେଇ ଗାଇଡଲାଇନ ଜାରି କରିଛନ୍ତି | ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି | ଏହି ଗାଇଡଲାଇନରେ N-95 ମାସ୍କକୁ ବିପଦପୂର୍ଣ୍ଣ କୁହାଯାଇଛି | ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦେଶକ ଡ.ରାଜୀବ ଗର୍ଗ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପତ୍ର ଲେଖି N-95 ବ୍ୟବହାର ଉପରେ ରୋକ ଲଗାଇବାକୁ କହିଛନ୍ତି | ସରକାରଙ୍କ ତରଫରୁ କୁହାଯାଇଛି ଯେ N-95 ମାସ୍କରେ ଥିବା ବଲ୍ବ କରୋନା ଭାଇରସକୁ ବାହାରକୁ ବାହାରିବା ପାଇଁ ସାହାଯ୍ୟ କରିନଥାଏ | N-95 ମାସ୍କ କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ ଅସଫଳ | 

{"id":303447,"sizeSlug":"large"}

କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପତ୍ର ଲେଖି ବଲ୍ବ ଲାଗିଥିବା N-95 ମାସ୍କ ବ୍ୟବହାର ନ କରିବାକୁ ଚେତାବନୀ ଜାରି କରି କହିଛନ୍ତି ଯେ ଏହି ମାସ୍କ ଦ୍ୱାରା ଭାଇରସର ପ୍ରସାର ବନ୍ଦ ହେଉନାହିଁ ଏବଂ ଏହି ମାସ୍କ କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପର ବିପରୀତ | ଡ.ରାଜୀବ ଗର୍ଗ କହିଛନ୍ତି ଯେ ପ୍ରାଧୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କ ବଦଳରେ ଲୋକ N-95 ମାସ୍କର ଅନୁଚିତ ବ୍ୟବହାର କରୁଛନ୍ତି, ବିଶେଷକରି ଯେଉଁଥିରେ ବଲ୍ବ ଲାଗିଛି |

{"id":303445,"sizeSlug":"large"}

ସେ କହିଛନ୍ତି ଯେ ବଲ୍ବ ଲାଗିଥିବା N-95 ମାସ୍କ କରୋନା ଭାଇରସର ପ୍ରସାର ରୋକିବାକୁ ନିଆଯାଇଥିବା ପଦକ୍ଷେପର ବିପରୀତ ରହିଛି କାରଣ ଏହା ଭାଇରସକୁ ମାସ୍କରୁ ବାହାରକୁ ବାହାରିବାକୁ ଦେଇନଥାଏ | ସେଥିପାଇଁ N-95 ମାସ୍କର ଅନୁଚିତ ବ୍ୟବହାର ନ କରିବାକୁ ସେ ନିର୍ଦେଶ ଦେଇଛନ୍ତି | N-95 ମାସ୍କ ବଦଳରେ ଲୋକେ ଫେସ କଭର କିମ୍ବା ମାଉଥ କଭର ବ୍ୟବହାର କରନ୍ତୁ ବୋଲି ସେ ନିର୍ଦେଶ ଦେଇଛନ୍ତି |

{"id":303448,"sizeSlug":"large"}

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ କରୋନାରୁ ବଞ୍ଚିବା ପାଇଁ ଟ୍ରିପଲ ଲେୟାର ମାସ୍କ ବ୍ୟବହାର ସବୁଠାରୁ ଅଧିକ ସୁରକ୍ଷିତ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବଲ୍ବ ଲାଗିଥିବା N-95 ମାସ୍କ ଠାରୁ ଟ୍ରିପଲ ଲେୟାର ମାସ୍କ ସୁରକ୍ଷିତ ବୋଲି କହିଛନ୍ତି | ଏ ସମ୍ବନ୍ଧରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶକୁ ନିର୍ଦେଶ ଜାରି କରିଛନ୍ତି | ସେଥିପାଇଁ ବର୍ତ୍ତମାନ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀ N-95 ମାସ୍କ ସହ ଟ୍ରିପଲ ଲେୟାର ମାସ୍କ ବ୍ୟବହାର କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.