ଆରୋଗ୍ୟ ସେତୁ ଆପରେ ଯୋଡିହେଲା ନୂଆ ଫିଚର : ଜାଣନ୍ତୁ କ'ଣ ମିଳିବ ଫାଇଦା

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩/୦୮ : କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଶନିବାର ଦିନ କହିଛି ଯେ ଆରୋଗ୍ୟ ସେତୁ ଆପ ହ୍ୟାଣ୍ଡଲ କରୁଥିବା ଟିମ ଏକ ବିଶେଷ ଫିଚର ଆରମ୍ଭ କରିଛି | ଏହି ଫିଚର ମାଧ୍ୟମରେ କୋଭିଡ -୧୯ ମହାମାରୀ ସମୟରେ ପ୍ରୋଟୋକଲ ଅନୁସରଣ କରି ବ୍ୟବସାୟକୁ ପୁନଃ ଆରମ୍ଭ କରିବାରେ ସାହାଯ୍ୟ କରିପାରେ | ମନ୍ତ୍ରଣାଳୟର ବୟାନ ଅନୁଯାୟୀ, ଓପନ୍ API ସେବା ବିଭିନ୍ନ ସଂଗଠନକୁ ଆରୋଗ୍ୟ ସେତୁ ଆପ ବ୍ୟବହାରକାରୀଙ୍କ ସ୍ଥିତି ଯାଞ୍ଚ କରିବାରେ ସାହାଯ୍ୟ କରିବ ଏବଂ ୱାର୍କ ଫ୍ରମ ହୋମର ଅନେକ ଫିଚର୍ସକୁ ଇଣ୍ଟିଗ୍ରେଟ କରିବାରେ ସାହାଯ୍ୟ କରିବ |

ଭାରତରେ ୫୦ ରୁ ଅଧିକ କର୍ମଚାରୀଙ୍କ ସହିତ ପଞ୍ଜିକୃତ ଯେକୌଣସି ସଂସ୍ଥା କିମ୍ବା ସଂଗଠନ ଆରୋଗ୍ୟ ସେତୁ ଆପର ଓପନ  API ସେବା ବ୍ୟବହାର କରିପାରିବେ | ନୂଆ ଫିଚର ବ୍ୟବହାର କରି ସଂସ୍ଥା ନିଜ କର୍ମଚାରୀଙ୍କ ରିୟଲ ଟାଇମ ଅପଡେଟ ଓ ହେଲ୍ଥ ସ୍ଟାଟସ ଚେକ କରିପାରିବେ | ଏହା ସହିତ ଅନ୍ୟ ଉପଭୋକ୍ତା ଯେଉଁମାନେ ଇନଫର୍ମେଶନ ସେୟାର କରିବାକୁ ରାଜି ହୋଇଛନ୍ତି ସେମାନଙ୍କର ସ୍ଟାଟସ ଚେକ କରିପାରିବେ | ମନ୍ତ୍ରଣାଳୟ କହିଛି ଯେ ଓପନ ଏପିଆଇ କେବଳ ଆରୋଗ୍ୟ ସେତୁ ସ୍ଟାଟସ ଓ ବ୍ୟବହାରକାରୀଙ୍କ ନାଁ ପ୍ରୋଭାଇଡ କରାଇବ । ଏହା ମାଧ୍ୟମରେ ଅନ୍ୟ କୌଣସି ବ୍ୟକ୍ତିଗତ ତଥ୍ୟ ଉପଲବ୍ଧ ହେବ ନାହିଁ |

ମନ୍ତ୍ରଣାଳୟର ଏକ ବୟାନରେ କହିଛି ଯେ,  କରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନିବା ପାଇଁ ଡିଜାଇନ୍ ହୋଇଥିବା ସରକାରୀ ମୋବାଇଲ୍ ଫୋନ୍ ଆଧାରିତ ଆପ ଆରୋଗ୍ୟ ସେତୁ ୩୦ ହଜାରରୁ ଅଧିକ ଭାଇରସ୍ ହଟସ୍ପଟ୍ ଚିହ୍ନଟ କରିବାରେ ସାହାଯ୍ୟ କରିଛି | ଏହାଦ୍ୱାରା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ପ୍ରଶାସନକୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାରେ ସାହାଯ୍ୟ କରିଛି |

ତେବେ ଅନେକ ସାଇବର ସୁରକ୍ଷା ବିଶେଷଜ୍ଞ ଏହି ଆପକୁ ଗୋପନୀୟତା ଉପରେ ପ୍ରଶ୍ନ କରିଥିଲେ | ଚଳିତ ମାସ ଆରମ୍ଭରେ ଥ୍ରେଟ୍ ଇଣ୍ଟେଲିଜେନ୍ସ ଫାର୍ମ ଶେଡ଼ ମ୍ୟାପ ଏକ ବ୍ଲଗ୍ ପୋଷ୍ଟରେ ଆରୋଗ୍ୟ ସେତୁ ଡେଭେଲପରଙ୍କ ଦ୍ୱାରା ବ୍ୟବହୃତ ଲଗଇନ୍ ପ୍ରମାଣପତ୍ର ପାଇଲା | ହ୍ୟାକର୍ସ ଆକ୍ସେସ କରିବ ପରେ ୟୁଜର୍ସ ଲୋକେସନ, କଣ୍ଟାକ୍ଟ ଓ ହେଲ୍ଥ ଡାଟାକୁ ଉଜାଗର କରିପାରନ୍ତି | କିନ୍ତୁ ସରକାର ଏହି ଦାବିକୁ ଖାରଜ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.