ବିଜେପିର ସାରସକଣା ପ୍ରାର୍ଥୀ ଡାକ୍ତର ବୁଧାନ ମୁର୍ମୁଙ୍କ ଇସ୍ତଫା ଗୃହୀତ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ : ବିଜେପିର ସାରସକଣା ପ୍ରାର୍ଥୀ ଡାକ୍ତର ବୁଧାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଛି । ଇସ୍ତଫା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମୋଦନ ପ୍ରଦାନ କରିଛି । ସାରସକଣାରୁ ଡା. ବୁଧାନ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପିର ସାରସକଣା ପ୍ରାର୍ଥୀ ବୁଧାନ ମୁର୍ମୁଙ୍କ ସରକାରୀ ଚାକିରୀରୁ ଇସ୍ତଫା ସରକାର ଗ୍ରହଣ ନକରିବାକୁ ନେଇ ସୃଷ୍ଟି ହୋଇଥିଲା ପଲିଟିକାଲ ହାଇଡ୍ରାମା । ୨୦୧୮ରେ ସରକାରୀ ଡାକ୍ତର ପଦବୀରୁ ଇସ୍ତଫା ଦେଇଥିବା ବୁଧାନଙ୍କୁ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି ବିଜେପି । ହେଲେ ୬ ମାସ ପରେ ବି ସରକାର ତାଙ୍କ ଇସ୍ତଫାକୁ ଗ୍ରହଣନ ନଥିଲେ ।

ଏ ପ୍ରସଙ୍ଗରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପିର ଏକ ଟିମ୍ ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ । ତେବେ ଆଜି ସରକାର ବୁଧାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

ଗତକାଲି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର, ସମୀର ମହାନ୍ତି ଓ ବୁଧାନ ମୁର୍ମୁ ।

{"id":99994}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.