ଗୋବିନ୍ଦାଙ୍କ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ମଧ୍ୟ ହୋଇଥିଲା କରୋନା, ଦୁଇଜଣ ସାଥିହୋଇ ଯାଇଥିଲେ କୋଲକତା

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୦୫/୦୪: ବଲିଉଡ୍ ଇଣ୍ଡଷ୍ଟ୍ରିରେ କରୋନା ମାମଲା ଗୋଟିଏ ପରେ ଗୋଟିଏ ଦେଖାଯାଉଛି । ଅଭିନେତା ଅକ୍ଷୟ କୁମାରଙ୍କ ପରେ ଗତକାଲି ଗୋବିନ୍ଦା ମଧ୍ୟ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଗୋବିନ୍ଦା ଏବେ ହୋମ କ୍ୱାରାଣ୍ଟିନରେ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଅଭିନେତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ସେମାନଙ୍କର କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ଗୋବିନ୍ଦା ପୂର୍ବରୁ ସୁନୀତା ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ ।

{"width":646,"height":484}
Govinda is very romantic, reveals the actor's wife Sunita Ahuja on the sets  of Indian Pro Music League - Times of India

ଏକ ଇଣ୍ଟରଭ୍ୟୁରେ ସୁନୀତା କହିଛନ୍ତି - 'ମୋତୋ ଲାଗୁଛି ମୁଁ କୋଲକାତାରେ ଏହି ଜୀବାଣୁ ସଂସ୍ପର୍ଶରେ ଆସିଛି । ମୁଁ ଏବଂ ଗୋବିନ୍ଦା ଏକ ଚ୍ୟାନେଲ ଶୋ ପାଇଁ ସେଠାକୁ ଯାଇଥିଲୁ । ସେଠାରେ ଏକ ବହୁତ ଭିଡ଼ ଥିଲା ଏବଂ ଲୋକମାନେ ଆମ ସହିତ ଫଟୋ ଉଠାଇବାକୁ ଯଥେଷ୍ଟ ନିକଟତର ହେଉଥିଲେ । ମୁମ୍ବାଇ ଆସିବା ପରେ, ମୋର ମୁଁ କିଛି ଲକ୍ଷଣ ଦେଖାଯିବାରୁ, ମୁଁ ଟେଷ୍ଟ କରାଇଥିଲି । ଦୁର୍ଭାଗ୍ୟବଶତଃ ମୋର ରିପୋର୍ଟ କରୋନା ପଜେଟିଭ୍ ଆସିଥିଲା । ବର୍ତ୍ତମାନ ମୁଁ ଭଲ ଅଛି କିନ୍ତୁ ଗୋବିନ୍ଦା ପଜେଟିଭ୍ ହୋଇଛନ୍ତି ।

{"width":647,"height":364}
Before Govinda, his wife Sunita had tested positive for Covid-19: 'I think  I got infected in Kolkata' | Hindustan Times

ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୁନୀତା କହିଛନ୍ତି - ତାଙ୍କର ଥଣ୍ଡା ହେବାର ଲକ୍ଷଣ ଥିଲା ଏବଂ ବିଳମ୍ବ ନକରି ଟେଷ୍ଟ କରିବା ଭଲ ହେବ ବୋଲି ଭାବିଥିଲୁ । ତାଙ୍କଠାରେ ଆଉ କୌଣସି ଲକ୍ଷଣ ନଥିଲା । ସେ ସବୁ ଜିନିଷର ଗନ୍ଧ ଏବଂ ସ୍ୱାଦ ଜାଣିପାରୁଥିଲେ ଏବଂ ତାଙ୍କର ଜ୍ୱର ମଧ୍ୟ ନଥିଲା । ତାଙ୍କର କେବଳ ଶରୀରରେ ଯନ୍ତ୍ରଣା ଏବଂ ଥଣ୍ଡା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.