Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଭାଣିଜି ବିଗ ବସରେ ଖୋଲିଲେ କ୍ରିଷ୍ଣାଙ୍କ ରାଜ, ମଜା ମଜାରେ କହିଦେଲେ ଏହି ବଡ କଥା

30/09/2019 at 12:30 PM

ମୁମ୍ବାଇ୩୦|୯: ବହୁ ପ୍ରତିକ୍ଷିତ ରିୟାଲିଟି ସୋ ବିଗ ବସ୍‌ ୧୩ ଧମାକେଦାର ପ୍ରଦର୍ଶନ ସହ ଆରମ୍ଭ ହୋଇସାରିଛି। ସୋରେ ଗୋବିନ୍ଦାଙ୍କ ଭାଣିଜି ତଥା କମେଡିୟାନ କ୍ରିଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂହ ଶେଷ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିଲେ। ନିଜେ କ୍ରିଷ୍ଣା ତାଙ୍କ ଭଉଣୀଙ୍କୁ ଛାଡିବାକୁ ଆସିଥିଲେ। ଏହା ସହ ସେ ଟୁକୁର ଟୁକୁର ଗୀତରେ ନାଚିଥିଲେ।

କ୍ରିଷ୍ଣା କହିଛନ୍ତି ଯେ, ଜଣେ ଭାଇ ଚାହେଁ ଯେ, ତା ଭଉଣୀ ସବୁବେଳେ ଖୁସିରେ ରହୁ। ଭଉଣୀମାନଙ୍କୁ ଭଲ ଘର ପରିବାର ମିଳୁ ଏହା ଭାଇମାନଙ୍କ ଆଶା ରହିଥାଏ। ବିଗବସରେ ସମସ୍ତଙ୍କୁ ତାଙ୍କ ଭଉଣୀଠୁ ସତର୍କ ରହିବାକୁ ହେବ ବୋଲି କ୍ରିଷ୍ଣା କହିଛନ୍ତି। କାରଣ ତାଙ୍କ ଭଉଣୀ ବହୁତ ଚାଲାକ ଓ ଆଖପାଖରେ କିଏ କଣ କହୁଛି ତାଙ୍କ ଭଉଣୀ ଜାଣିଯାଆନ୍ତି।  

କ୍ରିଷ୍ଣାଙ୍କର ଏହି କଥା ଶୁଣି ଆରତୀ ନିଜ ଭାଇଙ୍କ ରାଜ ଖୋଲିଥିଲେ। ଆରତୀ ଭାଇଙ୍କ କଥା ଶୁଣି କଣ୍ଟ୍ରୋଲ କରିପାରିନଥିଲେ। ସମସ୍ତଙ୍କ ସାମ୍ନାରେ କ୍ରିଷ୍ଣାଙ୍କ ରାଜ ଖୋଲିଥିଲେ। ଆରତୀ ସଲମାନଙ୍କୁ କହିଥିଲେ ଯେ, ୧୨ ବର୍ଷ ହେଲା କ୍ରିଷ୍ଣା ଗୋଟିଏ ଅଣ୍ଡରୱେର ପିନ୍ଧୁଛନ୍ତି। ଏନେଇ କ୍ରିଷ୍ଣା କହିଥିଲେ ଯେ, ସବୁ ପୋଲ ସେଠାରେ ଖୋଲିବା ଜରୁରୀ ନୁହେଁ।

ଏହା ଶୁଣି ସଲମାନ କହିଥିଲେ ଯେ, କେବଳ କ୍ରିଷ୍ଣା ନୁହେଁ ସେ ନିଜେ ମଧ୍ୟ ଏହି ପରିସ୍ଥିତିରେ ଅଛନ୍ତି। ସଲମାନ ମଧ୍ୟ ଗୋଟେ ମାତ୍ର କାଚ୍ଛା ଦୀର୍ଘଦିନ ହେଲା ପିନ୍ଧିଆସୁଛନ୍ତି କାରଣ ଏହା ବହୁତ ଆରାମଦାୟକ ହୋଇଥାଏ ବୋଲି ସେ କହିଥିଲେ। ବିଗବସ ଘରେ ଆରତୀଙ୍କୁ ପାରସ ଛାବଡା ପାର୍ଟନର ଭାବେ ମିଳିଛନ୍ତି। ଆରତୀଙ୍କୁ ରୋଷେଇ ଘରେ ବାସନ ମାଜିବାର କାମ ମିଳିଛି। ଏହା ସହ ତାଙ୍କୁ ଘରେ ଲାଲ ରଂଗର ବେଡ ମିଳିଛି।

   Related Posts