ମାତ୍ର ୧୩ ବର୍ଷ ବୟସରେ ଗୋବିନ୍ଦାଙ୍କ ଭାଣିଜୀଙ୍କୁ କରାଯାଇଥିଲା ଦୁଷ୍କର୍ମ ଉଦ୍ୟମ…

Published By : Prameya-News7 Bureau | January 11, 2020 IST

ନୂଆଦିଲ୍ଲୀ୧୧/୧: ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍‌ର ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିଲା। ବିଗ୍‌ ବସ୍‌ ସୋ ରେ ଅଂଶ ଗ୍ରହଣ କରିଥିବା ଗୋବିନ୍ଦାଙ୍କ ଭାଣିଜୀଙ୍କ ନାଁ ହେଉଛି ଆରତୀ ସିଂହ। ମାତ୍ର ୧୩ ବର୍ଷ ବୟସରେ ତାଙ୍କ ସହ ଯାହା ଘଟିଥିଲା ତାହା ଅନ୍ୟ କାହା ସହ ନ ଘଟୁ ବୋଲି ଆରତୀ କହିଥିଲେ।।

{"id":209939,"sizeSlug":"large"}

ଏହି କଥା କହିବା ବେଳେ ସେ ବହୁତ ଭାବବିହ୍ବଳ ହୋଇ ପଡ଼ିବା ସହ ତାଙ୍କ ଆଖିରୁ ଲୁହ ମଧ୍ୟ ଚାଲି ଆସିଥିଲା। ଗୋଟିଏ ବନ୍ଦ ରୁମ୍‌ରେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ଘଟଣା ହେବା ପରେ ଆରତୀ ସବୁବେଳେ ଗୁମସୁମ ଭାବେ ରହୁଥିଲେ। କିନ୍ତୁ ତାଙ୍କ ଭାଇ କୃଷ୍ଣ ଅଭିଷେକ ତାଙ୍କୁ ବୁଝାଇସୁଝାଇ ଆରତୀଙ୍କ ମନ ପରିବର୍ତ୍ତନ କରିଥିଲେ।

{"id":209940,"sizeSlug":"large"}

ଶନିବାର ଅର୍ଥାତ ଆଜି ରାତିରେ ବିଗ୍ ବସ୍‌ ସୋ ରେ ଆରତୀଙ୍କ ଦୁଃଖ କାହଣୀ ସହ ଦୀପିକା ପାଦୁକୋନ ଓ ଲକ୍ଷ୍ମୀ ଅଗ୍ରଓ୍ବାଲ ଉପସ୍ଥିତ ରହିବେ। ଏସିଡ୍‌ ଆକ୍ରମଣରେ ଶିକାର ହୋଇଥିବା ଲକ୍ଷ୍ମୀ ନିଜ ସଂପର୍କରେ କହିବେ। ଏଥିସହ ଦୀପିକା ନିଜ ଫିଲ୍ମର ପ୍ରମୋସନ ପାଇଁ ବିଗ୍‌ ବସ୍‌ ଘରେ ପହଞ୍ଚିଛନ୍ତି। ଏହା ବିଗ୍ ବସ୍‌ ସୋ ରେ ପ୍ରଥମ ଥର ପାଇଁ ନୂଆ ଘଟଣା ହେବାକୁ ଯାଉଛି।

wp:core-embed/instagram {"url":"https://www.instagram.com/tv/B7LAfqqA9H5/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/tv/B7LAfqqA9H5/?utm_source=ig_web_copy_link
/wp:core-embed/instagram

ବିଗ୍ ବସ୍‌ ସୋ ର ସମସ୍ତ ପ୍ରତିଯୋଗୀଙ୍କୁ ଡ୍ରାଇଭିଂରେ ଦୀପିକା ନେଇଛନ୍ତି।  ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଓ ଗୋବିନ୍ଦାଙ୍କ ଭାଣିଜୀ ଆରତୀଙ୍କ କାହାଣୀ ଶୁଣିବା ପରେ ବିଗ୍ ବସ୍ ସୋ ର ସମସ୍ତ ପ୍ରତିଯୋଗୀ ଭାବ ବିହ୍ବଳ ହୋଇ ପଡ଼ିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.