ଏହି ରୋଗରେ ଶିକାର ହୋଇଛନ୍ତି ଗୋବିନ୍ଦା! ଘନିଷ୍ଠ ବନ୍ଧୁ ଦେଲେ ସୂଚନା…

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ ୪|୮: ୯୦ ଦଶକର ବଲିଉଡ୍ କମେଡି କିଙ୍ଗ୍ ଗୋବିନ୍ଦାଙ୍କୁ ଡାନ୍ସ ସୁପରଷ୍ଟାର ବୋଲି ମଧ୍ୟ କୁହାଯାଏ। ଦୀର୍ଘଦିନ ଧରି ବଲିଉଡରେ ରାଜ କରିଆସୁଥିବା ଗୋବିନ୍ଦାଙ୍କୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗୋବିନ୍ଦା ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି ତାଙ୍କ ଘନିଷ୍ଠ ବନ୍ଧୁମାନେ କହିଛନ୍ତି। ତାଙ୍କର ଚିକିତ୍ସା ଆବଶ୍ୟକ ବୋଲି ତାଙ୍କ ବନ୍ଧୁ କହିଛନ୍ତି।

ସୂଚନାନୁଯାୟୀ, ଗତକିଛି ଦିନ ହେଲା ଗୋବିନ୍ଦା ଅଜବ ପ୍ରକାର ବ୍ୟବହାର କରୁଛନ୍ତି। ଏହି ଅଜବ ପ୍ରକାର ବ୍ୟବହାର ପାଇଁ ଗୋବିନ୍ଦଙ୍କ ଉପରେ ତାଙ୍କ ସାଙ୍ଗସାଥୀ ବିରକ୍ତି ମଧ୍ୟ ହେଉଛନ୍ତି। ଏହିପ୍ରକାର ବ୍ୟବହାରର ପ୍ରଭାବ ତାଙ୍କର ଅଭିନୀତ ଫିଲ୍ମ ରଙ୍ଗିଲା ରାଜ ଉପରେ ପଡ଼ିଛି। ଗୋବିନ୍ଦାଙ୍କୁ ମାନସିକ ରୋଗରୁ ମୁକ୍ତି ଦେବା ପାଇଁ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କର ବନ୍ଧୁମାନେ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି।

ଗୋବିନ୍ଦାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ଏହି କଥାର ସତ୍ୟତା ଜାଣିବା ପାଇଁ ଗୋବିନ୍ଦାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଗୋବିନ୍ଦାଙ୍କ ପ୍ରତିକ୍ରିୟା ମଳିପାରି ନାହିଁ।  ୨୦୦୪ରେ ଗୋବିନ୍ଦା କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ଦକ୍ଷିଣ ମୁମ୍ବାଇ ଲୋକସଭା ଆସନରେ ଗୋବିନ୍ଦା ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ଗୋବିନ୍ଦାଙ୍କ ଲୋକପ୍ରିୟତା ପାଇଁ ତାଙ୍କୁ ଚାଚୀ ବୋଲି ତାଙ୍କ ପ୍ରଶଂସକ ଡାକନ୍ତି। ତାଙ୍କ ବାପାଙ୍କ ନାଁ ଅରୁଣ କୁମାର ଆହୁଜା।

ଇଲଜାମ ଫିଲ୍ମରୁ ଗୋବିନ୍ଦା ବଲିଉଡକୁ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା। ୧୯୯୦-୧୯୯୯ ଭିତରେ ଗୋବିନ୍ଦା ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଗୋବିନ୍ଦା ଡେଭିଡ ଧାଓ୍ବାନଙ୍କ ସହ ୧୭ ଟି ହିଟ୍ ଫିଲ୍ମ କରିଛନ୍ତି। ଏହି ଫିଲ୍ମଗୁଡିକ ବକ୍ସ ଅଫିସରେ ହିଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.