‘ଗୋବିନ୍ଦା ନଂ ୱାନ୍’ ନାଁରେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କଲେ ଏହି ଅଭିନେତା…

Published By : Prameya-News7 Bureau | February 16, 2020 IST

ମୁମ୍ବାଇ୧୬|୨: ୯୦ ଦଶକର ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜିକାଲି ପରଦାରେ କମ ଦେଖାଯାଉଥିଲେ ମଧ୍ୟ ସମସ୍ତଙ୍କ ଦିଲ୍‌ରେ ଏବେ ବି ସେହି କମେଡିଆନ ହୀରୋ ଭାବେ ରାଜ କରନ୍ତି।ଭାରତର ସବୁଠୁ ପ୍ରସିଦ୍ଧ କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୋବିନ୍ଦା। ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗତ ଅନେକ ବର୍ଷ ଧରି ସେ ଲୋକଙ୍କୁ ଏଣ୍ଟରଟେନ୍‌ କରିଆସୁଛନ୍ତି।

{"id":225156,"width":592,"height":444,"sizeSlug":"large"}

ତେବେ ଗୋବିନ୍ଦାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଗୋବିନ୍ଦା ନିଜେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ଏହି ଚ୍ୟାନଲର ନାଁ ହେଉଛି 'ଗୋବିନ୍ଦା ନଂ-୧'। ରିପୋର୍ଟ ଅନୁସାରେ ଗୋବିନ୍ଦାଙ୍କୁ ଇଣ୍ଡଷ୍ଟ୍ରିରେ ହିରୋ ନଂ ୧ ଭାବେ ଜାଣିଥିବାରୁ ସେ ତାଙ୍କ ଚ୍ୟାନଲର ନାଁ 'ଗୋବିନ୍ଦା ନଂ-୧'ରଖିଛନ୍ତି।  ଏବେ ନିଜକୁ ଡିଜିଟାଲ କରିଛନ୍ତି ଗୋବିନ୍ଦା।

{"id":225157,"sizeSlug":"large"}

ଭାଲେଣ୍ଟାଇନ୍ସ ଡେ'ରେ ନିଜେ ଗାଇଥିବା ଗୀତ 'ଚଲ୍‌ନା ରୋମାନ୍ସ କରେ' ଏବଂ ' ତୁ ମେରୀ ଡ୍ରିମ୍‌ କମ୍‌ ଟୁ ହୈ' ପୋଷ୍ଟ କରିଛନ୍ତି। ଗୋବିନ୍ଦାଙ୍କ ପୂର୍ବରୁ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ଜ୍ୟାକ୍‌ଲିନ ଫର୍ନାଡିସ୍‌, କାର୍ତ୍ତିକ ଆର୍ୟନ, ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ୍‌, ଅର୍ଜୁନ କପୁର ଏବଂ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିଆସୁଛନ୍ତି। ତେବେ ଗୋବିନ୍ଦା ନିଜ ଚ୍ୟାନଲରେ ଅଧିକାଂଶ କମେଡି ଭିଡିଓ ପୋଷ୍ଟ କରିବେ ବୋଲି କହିଛନ୍ତି। ଏହାର ପ୍ରସ୍ତୁତି ସେ ଜୋର ସୋରରେ ଆରମ୍ଭ କରିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.