ବଲିଉଡ୍ରେ କରୋନା ପ୍ରକୋପ, ଅକ୍ଷୟ କୁମାରଙ୍କ ପରେ ଗୋବିନ୍ଦା କୋଭିଡ୍ ପଜିଟିଭ୍ ଚିହ୍ନଟ
4/04/2021 at 4:30 PM

ମୁମ୍ବାଇ ୪/୪: ବଲିଉଡରେ କରୋନା ପ୍ରକୋପ ଲଗାତାର ବଢ଼ିବାରେ ଲାଗିଛି। ଅଭିନେତା ଅକ୍ଷୟ କୁମାରଙ୍କ ପରେ ଗୋବିନ୍ଦା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋବିନ୍ଦା ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ବେଳେ ଚିକିତ୍ସା ଚାଲିଛି। ଗୋବିନ୍ଦାଙ୍କ ମୁଖପାତ୍ର ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ସୂଚନା ଦେଇଛନ୍ତି।
ସାବଧାନତା ଅବଲମ୍ବନ କରିବା ପରେ ବି ଗୋବିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଭିନେତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ତାଙ୍କ ପତ୍ନୀ ସୁନୀତା ଆହୁଜା ଅନୁରୋଧ କରିଛନ୍ତି। କରୋନାରୁ ଠିକ୍ ହେବା ପାଇଁ ବନ୍ଧୁ, ଫ୍ୟାନ୍ସ, ପରିବାର ଏବଂ ଶୁଭଚିନ୍ତକଙ୍କଠୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଗୋବିନ୍ଦା।
ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦା ରବିବାର ସକାଳେ କରୋନା ଟେଷ୍ଟ କରାଇଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ଏବେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ୟପଟେ ପରିବାରର ଅନ୍ୟ ସଦସ୍ୟ କରୋନା ନେଗେଟିଭ୍ ଥିବା ବେଳେ ଗୋବିନ୍ଦାଙ୍କ ଶାଶୁ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।