ଗୋବିନ୍ଦାଙ୍କ ଝିଅର ହେଲା ଦମଦାର ଡେବ୍ୟୁ : ଫିଦା ହେଲେ ତାଙ୍କ ଫ୍ୟାନ୍

Published By : Prameya-News7 Bureau | September 15, 2019 IST

ମୁମ୍ବାଇ ୧୫/୯: ଫିଲ୍ମ ଦୁନିଆରେ ଆସନ୍ତା ସମୟ ଷ୍ଟାରକିଡଙ୍କ ହେବାକୁ ଯାଉଛି। ଅଧିକାଂଶ ସମୟରେ କୌଣସି ନା କୌଣସି ଷ୍ଟାରକିଡଙ୍କୁ ନେଇ ଚର୍ଚ୍ଚା ହେଉଥାଏ। ଏବେ ଏହି ତାଲିକାରେ ପ୍ରସିଦ୍ଧ ହାସ୍ୟ ଅଭିନେତା ଏବଂ ଆକ୍ସନ ଅଭିନେତା ଗୋବିନ୍ଦାଙ୍କ ଝିଅଙ୍କ ନାଁ ସାମନାକୁ ଆସି ସାରିଛି। ଗୋବିନ୍ଦାଙ୍କ ଝିଅଙ୍କ ନାଁ ଟିନା ଆହୁଜା ଯିଏ ତାଙ୍କର ଡେବ୍ୟୁ କରି ସାରିଛନ୍ତି। ନିକଟରେ ଟିନା ମ୍ୟୁଜିକ ଭିଡିଓରୁ ଡେବ୍ୟୁ କରିଛନ୍ତି।

{"id":157970}

ଏହି ଗୀତରେ ସେ ଗଜେନ୍ଦ୍ର ବର୍ମାଙ୍କ ସହ ଅଭିନୟ କରିଛନ୍ତି। ଗଜେନ୍ଦ୍ର ବର୍ମା ତାଙ୍କ ଗୀତ ‘ତେରା ଘାଟା’ର ଜବରଦସ୍ତ ସଫଳତା ଦ୍ବାରା ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଏହି ମ୍ୟୁଜିକ ଭିଡିଓରେ ଟିନାଙ୍କୁ ଦେଖି ଲୋକେ ତାଙ୍କ ଫ୍ୟାନ୍ ହୋଇଗଲେ।

wp:core-embed/youtube {"url":"https://www.youtube.com/watch?time_continue=14\u0026v=pv6W3RJB918","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?time_continue=14&v=pv6W3RJB918
/wp:core-embed/youtube

ଏହି ମ୍ୟୁଜିକ ଭିଡିଓକୁ ସୋଶିଆଲ ମିଡିଆରେ ବହୁତ ପ୍ରଶଂସା ମିଳୁଛି। ଟିନା ,ଗଜେନ୍ଦ୍ରଙ୍କ ସହ ‘ମିଲୋ ନା ତୁମ’ ଗୀତରୁ ଡେବ୍ୟୁ କରିଛନ୍ତି। ଏହି ଗୀତ ୧୯୭୦ମସିହାରେ ଆସିଥିବା ଫିଲ୍ମ ହୀର ରାଞ୍ଛାର ରିମିକ୍ସ ଭର୍ସନ। ଏହି ଗୀତରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଗୀତରେ ଟିନାଙ୍କୁ ଦେଖି ଲୋକେ ତାଙ୍କର ଫ୍ୟାନ୍ ହୋଇ ଯାଇଛନ୍ତି।

{"id":157972}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.