କୋଣସି ପରୀଠୁ କମ ନୁହଁନ୍ତି ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଝିଅ

Published By : Prameya-News7 Bureau | October 01, 2019 IST

ମୁମ୍ବାଇ୧|୧୦:୯୦ ଦଶକର ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜିକାଲି ପରଦାରେ କମ ଦେଖାଯାଉଥିଲେ ମଧ୍ୟ ସମସ୍ତଙ୍କ ଦିଲ୍‌ରେ ଏବେ ବି ସେହି କମେଡିଆନ ହୀରୋ ଭାବେ ରାଜ କରନ୍ତି।ଭାରତର ସବୁଠୁ ପ୍ରସିଦ୍ଧ କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୋବିନ୍ଦା।

{"id":165092}

ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋବିନ୍ଦା ବଲିଉଡର ଟପ୍‌ ଅଭିନେତାଙ୍କ ମଧ୍ୟରେ ଗଣତି ହୁଅନ୍ତି।ଗତ ଅନେକ ବର୍ଷ ଧରି ସେ ଲୋକଙ୍କୁ ଏଣ୍ଟରଟେନ୍‌ କରିଆସୁଛନ୍ତି। ସେ ନିଜ କ୍ଲାସିକ କମେଡି ମାଧ୍ୟମରେ ଅନେକ ଲୋକଙ୍କୁ ହସାଇଛନ୍ତି। ତେବେ ଆଜି ଗୋବିନ୍ଦାଙ୍କ ଝିଅଙ୍କ ବିଷୟରେ ଜାଣନ୍ତୁ ଯିଏ ଦେଖିବା ପାଇଁ କୌଣସି ପରୀଠୁ କମ ନୁହଁନ୍ତି।

{"id":165093}

ଅପସରା ଭଳି ଦେଖାଯାଆନ୍ତି ଗୋବିନ୍ଦାଙ୍କ ଝିଅ। ସେ ହେଉଛନ୍ତି ଟିନା ଆହୁଜା। ୧୯୮୯ ମସିହା ଜୁଲାଇ ମାସ ୧୬ ତାରିଖ ମହାରାଷ୍ଟ୍ରର ମୁମ୍ବାଇରେ ଟିନାଙ୍କ ଜନ୍ମ ହୋଇଥିଲା। ଟିନା ଫ୍ୟାସନ ଡିଜାଇନିଂରେ ନିଜ ପାଠପଢା ସାରିଛନ୍ତି। ସେ ଲଣ୍ଡନର ଫିଲ୍ମ ଷ୍ଟୁଡିଓରେ ଅଭିନୟରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି।

{"id":165094,"width":560,"height":499}

ଟିନା ସେକଣ୍ଡ ହ୍ୟାଣ୍ଡ ହଜବେଣ୍ଡ ଫିଲ୍ମରେ ନଜର ଆସିସାରିଛନ୍ତି। ଅଧିକାଂଶ ସମୟରେ ଟିନା ସୋସିଆଲ ମିଡିଆରେ ନିଜ ଫଟୋ ସେୟାର କରନ୍ତି। ଟିନା ଫିଟ୍‌ନେସ ପାଗଳ। ପ୍ରାୟତଃ ତାଙ୍କୁ ଜିମ୍‌ ବାହାରେ ସ୍ପଟ୍‌ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.