ଜେଲ୍ ଗଲା ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ, ଆଉ ରିମାଣ୍ଡ ଆବେଦନ କରିବନି ପୋଲିସ

Published By : Prameya-News7 Bureau | October 25, 2021 IST

ଭୁବନେଶ୍ବର ୨୫।୧୦: କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି । ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦେଇଛି ପୋଲିସ ।

ସୋମବାର ଭୋରରୁ ଅଭିଯୁକ୍ତ ଗୋବିନ୍ଦକୁ ବଲାଙ୍ଗୀର ଏସ୍‌ପି ଅଫିସରୁ ନେଇ ବଙ୍ଗୋମୁଣ୍ଡା କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟରେ ହାଜର ପରେ ତାକୁ କଣ୍ଟାବାଞ୍ଜି ଜେଲ୍ କୁ ପଠାଇଦେଇଛି ପୋଲିସ । ତେବେ ଆଉ ଅଧିକ ରିମାଣ୍ଡ ଆବେଦନ କରିବନାହିଁ ପୋଲିସ ।

ଜନଆକ୍ରୋଶ ଭୟରେ ଗଣମାଧ୍ୟମଠାରୁ ଲୁଚିକି କୋର୍ଟ ଚାଲାଣ କରିଥିଲା ପୋଲିସ । ରାତି ୩ଟା ୪୫ମିନିଟରୁ ବଲାଙ୍ଗୀର ଏସପି ଅଫିସରୁ ପଛପଟ ଗେଟରୁ ନେଇ ୫ଟା ଭିତରେ କୋର୍ଟ ଚାଲାଣ କରାଯିବା ପରେ କଣ୍ଟାବାଞ୍ଜି ଜେଲକୁ ପଠାଇଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.