ମମିତା ମେହେର ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ହତ୍ୟାକାରୀ ଗୋବିନ୍ଦ ଓ ସହଯୋଗୀ ରାଧେ

Published By : Prameya-News7 Bureau | November 27, 2021 IST

କଣ୍ଟାବାଞ୍ଜି ୨୭୧୧: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କୋର୍ଟରେ ହାଜର । ଉଭୟଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଙ୍ଗୋମୁଣ୍ଡା JMFC କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଛି ।

ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସହଯୋଗୀ ରାଧେଶ୍ୟାମ ସହଯୋଗ କରିଥିବାରୁ ତାକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣଙ୍କୁ ବର୍ତ୍ତମାନ କଣ୍ଟାବାଞ୍ଜି ଉପ-କାରଗାରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.