ମମିତା ମେହେର ହତ୍ୟା ଘଟଣା : ବଙ୍ଗୋମୁଣ୍ଡା JMFCରେ ହାଜର ହେଲେ ଗୋବିନ୍ଦ-ରାଧେ

Published By : Prameya-News7 Bureau | November 15, 2021 IST

କଣ୍ଟାବାଞ୍ଜି ୧୫।୧୧: ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ କୋର୍ଟରେ ହାଜର । ଭିଡିଓ କନଫରେନ୍ସ ଜରିଆରେ ବଙ୍ଗୋମୁଣ୍ଡା JMFCରେ ହଜାର କରାଯାଇଛି ।  ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ଯୋଗୁଁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ ।

ଚଳିତ ମାସ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜର ହୋଇଥିଲେ ଦୁଇ ଜଣ । ସୋମବାର ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜର ହୋଇଥିଲେ ।  ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁ ଜଣ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ, ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ରାଧେଶ୍ୟାମ ଗୋବିନ୍ଦକୁ ସହଯୋଗ କରିଥିବା ଯୋଗୁଁ ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପ-କାରଗାରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.