ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ପ୍ରଶସ୍ତି ଗାନ : କାଳିଆରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପର୍ଯ୍ୟନ୍ତ

Published By : Prameya-News7 Bureau | February 04, 2019 IST

ଭୁବନେଶ୍ବର ୪|୨:  ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଦିବଂଗତ ନେତା, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି ରାଜ୍ୟପାଳ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ସରକାର ଉଦାହରଣ ସାଜିଛି ।

{"id":81597}

ରାଜ୍ୟରେ ଧାନର ଉତ୍ପାଦନ ୨ଗୁଣା ବଢିଛି । ଚାଷୀଙ୍କୁ କୃଷି ବୀମା ଓ ସ୍ବାସ୍ଥ୍ୟ ବୀମା ଦିଆଯାଇଛି । କୃଷି ଉତ୍ପାଦନ ବଢିଛି । କୃଷି କର୍ମଣ ପୁରସ୍କାର ରାଜ୍ୟ ପାଇଛି । ଚାଷୀଙ୍କୁ ୬୦ହଜାର ମୋବାଇଲ ଯୋଗାଯାଇଛି । କୃଷି ଉତ୍ପାଦନର ବିକ୍ରି ପାଇଁ ଏହା ଉପଯୋଗୀ ହେବ ।  କାଳିଆ ଯୋଜନା ଦ୍ବାରା ୯୨ପ୍ରତିଶତ ଚାଷୀ, ଭାଗଚାଷୀ ଉପକୃତ ହୋଇଛନ୍ତି । ଭୂମିହୀନ କୃଷି ଶ୍ରମିକଙ୍କୁ ୨ଲକ୍ଷ ଟଙ୍କାର ଜୀବନ ବୀମା ଦିଆଯାଇଛି । ୧୨.୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ହଜାର ଟଙ୍କା ଦିଆଯାଇଛି ।

{"id":81598}

କୃଷକମାନଙ୍କୁ ବିନା ସୁଧରେ ୫୦ହଜାର ଟଙ୍କା ଋଣ ଯୋଗାଇଦିଆଯାଇଛି ।  ୫୩,୯୫୨ଟି ଗଭୀର ନଳକୂପ ବସାଯାଇଛି । ୮,୭୫୭ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ୨୦ଲକ୍ଷ ବାସଗୃହ ନିର୍ମାଣ କରାଯାଇଛି । ୬ଲକ୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ରହିବାର ସୁବିଧା ଦିଆଯାଇଛି । ୭ଲକ୍ଷ ଏସଏସଜିରେ ୭୦ଲକ୍ଷ ମହିଳା ସଭ୍ୟ ଅଛନ୍ତି ।

{"id":81599}

ଭୂମୀହୀନଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡିଶା ଦେଶରେ ଅଗ୍ରଣୀ ।  ରାଜ୍ୟରେ ୨୦ଲକ୍ଷ ବାସଗୃହ ନିର୍ମାଣ କରାଯାଇଛି । ରାଜ୍ୟରେ ଏମବିବିଏସ ସିଟ୍ ୪୫୦ରୁ ୧୦୫୦କୁ ବୃଦ୍ଧି କରାଯାଇଛି । ଅଗମ୍ୟ ଅଞ୍ଚଳରେ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ । ୪୮ଲକ୍ଷ ଅଧିକ ଲୋକଙ୍କୁ ପେନସନ ଯୋଗାଯାଉଛି । ଜନଜାତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି । ୮ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି । ୫ବର୍ଷରେ ୧୦ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି । ୬୭ ବୃହତ ଉଠା ଜଳସେଚନ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ‘ସ୍କିଲ୍ଡ ଇନ୍ ଓଡିଶା’ ଏବେ ବିଶ୍ବସ୍ତରୀୟ ମାନ୍ୟତା ପାଇଛି । ମୋ ସରକାର ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଲୋକଙ୍କ ସହିତ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.