ରାସ୍ତା ଦୁର୍ଘଟଣାରେ ରାଜ୍ୟପାଳଙ୍କ ଭିଆଇପି ଡ୍ୟୁଟିରେ ଥିବା ୨ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ: ଏସଆଇ ସମେତ ଅନ୍ୟ ପୋଲିସ କର୍ମଚାରୀ ଗୁରୁତର ଆହତ

Published By : Prameya-News7 Bureau | October 26, 2019 IST

ନୈନୀତାଲ୨୬|୧୦: ରାଜ୍ୟପାଳଙ୍କ ଭିଆଇପି ଡ୍ୟୁଟିରେ ଥିବା ଅବସ୍ଥାରେ ଥାନା ଅଧିକାରୀଙ୍କ ଗାଡ଼ି ଦୁର୍ଘଣାଗ୍ରସ୍ତ ହୋଇଛି। ଉତ୍ତରାଖଣ୍ଡର ନୈନୀତାଲର ଦୁର୍ଗାପୁରରେ ରାଜ୍ୟପାଳଙ୍କ ଭିଆଇପି ଡ୍ୟୁଟିରେ ଥିବା ସମୟରେ କାଠଗୋଦାମ ଥାନା ଅଧିକାରୀ ହମରାହ ଲଲିତ ଓ ଗାଡ଼ି ଚାଳକ ନନ୍ଦନ ସିଂହଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣାରେ ମହିଳା ପୋଲିସ ଏସଆଇ ମମତାଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଏସଆଇ ମମତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ଗୁରୁତର ହେବାରେ ଲାଗିଛି।

ନୈନୀତାଲର ଦୁର୍ଗାପୁର​‌ର ପାର୍ବତୀ ପ୍ରେମ ଜଗାତି ସ୍ବରସ୍ବତୀ ଶିଶୁ ମନ୍ଦିରରେ ଆୟୋଜିତ ଖେଳ ପ୍ରତିଯୋଗୀତାରେ ରାଜ୍ୟପାଳ ଅତିଥି ଭାବେ ଯୋଗଦେବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମ ସାରି ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟାଙ୍କ ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘାଟଣା ଗ୍ରସ୍ତ ହୋଇଥିଲା।

ସୂଚନା ଅନୁସାରେ ସ୍କୁଲରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଏକ ମୋଡରେ ପୁଲିସ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।  ଯାହାଫଳରେ ଗାଡ଼ି ରାସ୍ତା ତଳକୁ ଖସି ପଡ଼ିଥିଲା। ଗାଡ଼ିରେ ଥିବା ପୋଲିସ ଗୁରୁତର ଆଘାତ ପାଇଥିଲେ। ଏହି ଦୁର୍ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.