ମୋତେ ଛେନାପୋଡ଼ ଓ ରସଗୋଲା ଭଲ ଲାଗେ- ରାଜ୍ୟପାଳ

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର ୧୫।୦୮: ଓଡ଼ିଶାର ଯେଉଁ ଜିଲ୍ଲାକୁ ଯିବା ସେଠିକାର ସ୍ୱତନ୍ତ୍ର ଖାଦ୍ୟର ମଜା ଉଠାଇ ପାରିବ । ପ୍ରତ୍ୟେକଟି ଜିଲ୍ଲା ତା’ର ବିଶେଷ ଖାଦ୍ୟ ପାଇଁ ମଧ୍ୟ ବେଶ ପରିଚୟ ହାସଲ କରିଛି । ଓଡ଼ିଶାର ରାଗ, ଲୁଣିଆ ଓ ମିଠା ଖାଦ୍ୟ ମୋର ଭାରି ପସନ୍ଦ । ଏସବୁ ଅନେକ ସମୟରେ ରାଜଭବନରେ ମଧ୍ୟ ପ୍ରସ୍ତୁତ ହୁଏ ବୋଲି କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ରାଜ୍ୟପାଳ କହିଥିଲେ, ଓଡ଼ିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଦେଶ । ଯେଉଁଠି ମହାପ୍ରଭୁଙ୍କ ପାଖରେ ୫ଥର ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । କହିବାକୁ ଗଲେ ଦିନକରେ ୨୮୦ ପ୍ରକାରର ବ୍ୟଞ୍ଜନ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ । ଏହାକୁ ସହଜରେ ସାଧାରଣ ଲୋକ ମନେ ରଖିବା ଭାରି କଷ୍ଟକର ହୋଇପଡିବ । ଓଡ଼ିଶାର ଅନେକ ବ୍ୟଞ୍ଜନ ମଧ୍ୟରୁ ଛେନାପୋଡ, ସାଲେପୁର ରସଗୋଲା ଓ କେନ୍ଦ୍ରାପଡ଼ା ରସାବଳୀ ଖାଇବାକୁ ଭଲ ଲାଗେ ବୋଲି ରାଜ୍ୟପାଳ କହିଥିଲେ । ସେଥିରୁ ମୋର ଛେନାପୋଡ ଓ ରସଗୋଲା ଭାରି ପସନ୍ଦ ।

ଏଥିରୁ ରସଗୋଲା ଜିଆଇ ମାନ୍ୟତା ପ୍ରାପ୍ତ କରିଛି ବୋଲି ପ୍ରଫେସର ଗଣେଶୀ ଲାଲ କହିଥିଲେ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡ଼ିସି) ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେଲା ରୋଷେଇ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ । ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋ ଭିଡ଼ିଓରେ ରାଜ୍ୟପାଳ ମହାପ୍ରଭୁଙ୍କ ବ୍ୟଞ୍ଜନ ବିଷୟରେ କହିବା ସହିତ ତାଙ୍କ ପ୍ରିୟ ଖାଦ୍ୟ କଥା କହିଥିଲେ । ଦୂରଦର୍ଶନରେ ‘ଆମ ଘର ଆମ ହାଣ୍ଡିଶାଳ’ ଆଜିଠାରୁ ଆରମ୍ଭ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.