ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ, ୭ ଆହତ

Published By : Prameya-News7 Bureau | October 18, 2019 IST

ବାରିପଦା ୧୮।୧୦:  ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଶୁକ୍ରବାର ୨ ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତକାଳରେ ମସ୍ତବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ରାଜ୍ୟପାଳଙ୍କ ଗାଡି ସହ ଯାଉଥିବା ୨ଟି ଏସ୍କର୍ଟ ଗାଡି ପରସ୍ପର ସହ ଧକ୍କା ଲାଗିଥିବା ବେଳେ ଅନୁନ୍ୟ ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ତୁରନ୍ତ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଉଦଳା-ବାରିପଦା ରାସ୍ତାର ପୁରୁଣାପାଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାଜ୍ୟପାଳଙ୍କ କାରକେଡ ରାସ୍ତା ଅତିକ୍ରମ କରୁଥିବା ବେଳେ ଜନୈକ ସାଇକେଲ ଚାଳକ ଅଚାନକ ରାସ୍ତା ପାର ହୋଇଥିଲେ। ଫଳରେ ଆଗରେ ଯାଉଥିବା ଏସ୍କର୍ଟ ଗାଡି ସାଇକେଲ ଚାଳକକୁ ରକ୍ଷା କରିବାକୁ ଉଦ୍ୟମ କରିବା ବେଳେ ପଛରେ ଥିବା ଗାଡିଟି ଧକ୍କା ଦେଇଥିଲା। ଫଳରେ ଉଭୟ ଏସ୍କର୍ଟ ଗାଡିରେ ଥିବା ୬ରୁ ୭ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି।

ସମସ୍ତ ଆହତଙ୍କୁ ତୁରନ୍ତ ବାରିପଦା ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା କରାଯାଇଛି। ତେବେ ଆହତମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.