ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୬୦ଜଣ ପୋଲିସ ଏବଂ ଅଗ୍ନୀଶମ କର୍ମଚାରୀ ଓ ଅଧିକାରୀ ପାଇଲେ ରାଜ୍ୟପାଳ ମେଡାଲ, ଅଗଷ୍ଟ ୧୫ରେ ୨୬ଜଣ ପାଇବେ ରାଷ୍ଟ୍ରପତି ମେଡାଲ

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର୨୬|୧: ଭୁବନେଶ୍ବର ଜୟଦେବ ଭବନରେ ପାଳିତ ହୋଇଯାଇଛି ପୋଲିସ ପଦକ ବଣ୍ଟନ ଉତ୍ସବ। ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ପୋଲିସ ସେବା ପଦକ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗଦେଇ ପୋଲିସ ମନୋବଳକୁ ଦ୍ବିଗୁଣିତ କରିଥିଲେ ।

ରାଷ୍ଟ୍ରପତି ପୋଲିସ ପଦକ ପାଇବାରେ ଦେଶରେ ଓଡିଶାର ସ୍ଥାନ ଦ୍ବିତୀୟ । ଚଳିତ ବର୍ଷ ୨୬ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ ପାଇଁ ମନୋନୀତ କରାଯାଇ ନାମ ଘୋଷଣା କରାଯାଇଛି । ଏହି ପୋଲିସ ଅଧିକାରୀ ଓ ଯବାନମାନେ ଆସନ୍ତା ଅଗଷ୍ଟ ୧୫ରେ ଏହି ପଦକ ହାସଲ କରିବେ ।

{"id":78488}

 ସେହିଭଳି ଗତ ଅଗଷ୍ଟ ୧୫ ତାରିଖରେ ନାମ ଘୋଷଣା କରାଯାଇଥିବା ୧୧ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ପୋଲିସ ପଦକ , ୪ଜଣଙ୍କୁ ବିଶିଷ୍ଟ ସେବା ପୋଲିସ ପଦକ , ୧୪ ଜଣଙ୍କୁ ଉଲ୍ଲେଖନୀୟ ସେବା ପୋଲିସ ପଦକ, ୧୪ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ଚଳିତ ବର୍ଷ  ଫାୟାର ସର୍ଭିସରେ ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଜେଲ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ୭ଜଣଙ୍କୁ ପଦକ ପ୍ରଦାନ କରାଯାଇଥିଲା ।

{"id":78489}

ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପାଇଥିବା ପୋଲିସ କର୍ମଚାରୀ ମାନେ ନିଜ ଛାତିରେ ଆଉଏକ ପଦକ ଯୋଡିଲା ବେଳେ ନିଜକୁ ଗର୍ବ ଅନୁଭବ କରିଥିଲେ ।କିଏ ଏଠାରେ ମେଡାଲ ପାଇଥିବା ପୋଲିସ କର୍ମଚାରୀ ମାଓବାଦିଙ୍କ ସହିତ ଲଢେଇ କରି ପାଇଥିଲା  ତ ଆଉ କିଏ ନିଜର କାର୍ଯ୍ୟଦକ୍ଷତା ବଳରେ । ସମସ୍ତଙ୍କ ମନରେ ଥିଲା ଖୁସିର ଝଲକ ।

{"id":78490}

ପୋଲିସ ପଜକ ପାଇଥିବା ସମସ୍ତ ପୋଲିସ କର୍ମଚାରୀ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଉଦାହରଣ । ଭଲ କାମ କଲେ ଦିନେ ନା ଦିନେ ତାର ଫଳ ମିଳିବବୋଲି ପଦକ ପାଇଥିବା କର୍ମଚାରୀମାନେ କହିଛନ୍ତି ।

{"id":78491}
{"id":78492}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.