ବାତ୍ୟା ‘ଫୋନି’ ପାଇଁ ଆୟୋଜନ ହେବନି ‘ଆଟ୍ ହୋମ୍’ ଉତ୍ସବ

Published By : Prameya-News7 Bureau | June 08, 2019 IST

ଭୁବନେଶ୍ବର ୮|୬: ଚଳିତ ବର୍ଷ ସ୍ବାଧିନତା ଦିବସ ଦିବସ ଅବସରରେ ଆୟୋଜିତ ‘ଆଟ୍‌ ହୋମ୍‌’ ଉତ୍ସବ ବାତିଲ୍ ହୋଇଥିବା ସୂଚନା ମିଳିଛି । ବାତ୍ୟା ‘ଫୋନି’ ଦ୍ବାରା ପ୍ରଭାବିତ ରାଜ୍ୟବାସୀଙ୍କୁ ସମ୍ମାନ ଓ ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ୨୦୧୯ ସ୍ବାଧୀନତା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ‘ଆଟ୍‌ ହୋମ୍‌’ ଉତ୍ସବ ଆୟୋଜନ କରିବେ ନାହିଁ। ଏ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ ‘ଆଟ୍‌ ହୋମ୍‌’ ଉତ୍ସବର ଆୟୋଜନ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.