Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷୋଢଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରଖିଲେ ଆଗାମୀ ଦିନରେ ସରକାର କଣ କଣ କରିବେ ତାର ତାଲିକା, ଜାଣନ୍ତୁ କଣ ରହିଛି ଆପଣଙ୍କ ପାଇଁ

ଭୁବନେଶ୍ବର୨୫|୬: ଷୋଢଶ ବିଧାନସଭା ଅଧିବେଶନର ଆରମ୍ଭରୁ ଗୃହରେ  ସରକାରଙ୍କ ଗୋଲିପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ଆଗାମୀ ଦିନରେ ରାଜ୍ୟ ସରକାର ରାଜ୍ୟ ପାଇଁ କି କି ଯୋଜନା ରଖିଛନ୍ତି ତାର ଚିତ୍ର ଉପସ୍ଥାପନ କରିଛନ୍ତି ରାଜ୍ୟପାଳ। କୁହାଯାଉଛି ଏହା କୁଆଡ଼େ ଆସିବାକୁ ଥିବା ବଜେଟ ପ୍ରାକ୍‌ ମୌସୁମୀ ବର୍ଷା। ସେପଟେ ବିରୋଧୀ କହିଛନ୍ତି ଖାଲି ଗୋଲାପୀ ଗୋଲାପୀ ଚିତ୍ର ଦେଖାଉଛନ୍ତି ସରକାର। ……

ରାଜ୍ୟପାଳଙ୍କ  ଅଭିଭାଷଣରେ ନବୀନ ସରକାରଙ୍କ ଭିଜନ ଡକ୍ୟୁମେଣ୍ଟ । କଟକ – ଭୁବନେଶ୍ବର ଚାଲିବ ମେଟ୍ରୋଟ୍ରେନ । ପୁରୀ ହେବ ବିଶ୍ବ ଐତିହ୍ୟ ସହର । ଭୁବନେଶ୍ବର ସ୍ମାର୍ଟ ସିଟି ଭଳି ୫ଟି ସହରକୁ ଓଡିଶା ସ୍ମାର୍ଟ ସିଟି ମିଶନରେ ବିକଶିତ କରାଯିବ । ଷୋଡଶ ବିଧାନସଭା ପ୍ରଥମ  ଅଧିବେଶନରେ ରାଜ୍ୟପାଳଙ୍କ ଭାଷଣରେ ଏମିତି ଗୋଲିପୀ ଚିତ୍ର ଦେଖାଇଛନ୍ତି ରାଜ୍ୟ ସରକାର ।

ଜଳସେଚନ ପାଇଁ ଆଗାମୀ ଦିନରେ ରାଜ୍ୟସରକାର ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବେ । କୃଷିର ବିକାଶ ମାଧ୍ୟମରେ ରାଜ୍ୟ ଦାରିଦ୍ର୍ୟ  ହାର ୫ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସେହିଭଳି ବାକିଥିବା ୧୨୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାଗଣା ଓ୍ବାଇଫ୍ବାଇ ସେବା ସହ ଛାତ୍ରଛାତ୍ରୀଙ୍କୁ ବିନା ସୁଧରେ ଶିକ୍ଷା ଋଣ ଯୋଗାଇଦେବା ଭଳି ବଡ ଘୋଷଣା କରିଛନ୍ତି ସରକାର ।

ଅସଙ୍ଗଠିତ ଶ୍ରମିକଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ସରକାର ।ଏଥିପାଇଁ  ଓଡିଶା ଅସଙ୍ଗଠିତ ଶ୍ରମିକ ସାମାଜିକ ନିରାପତ୍ତା ବୋର୍ଡ ଗଠନ କରାଯିବ । ସେହିଭଳି ମେକ୍ଇନ ଓଡିଶା ମାଧ୍ୟମରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ରାତ୍ରିରେ ଆହାର ଯୋଜନା ମାଧ୍ୟମର ସହରରେ ୫ଟଙ୍କିଆ ଭାତ ଡାଲମା ଦେବେ ସରକାର । ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ରିହାତି ସୁଧହାରରେ ଋଣ ଯୋଗାଇବାକୁ ଘୋଷଣା କରିଛନ୍ତି ସରକାର ।

ଏହାସହ ମହିଳାଙ୍କ ପାଇଁ  ନିର୍ବାଚନ ବେଳେ  ବିଜେଡି ଦେଇଥିବା  ପ୍ରତିଶୃତି ମଧ୍ୟରୁ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ୫ ହଜାର କୋଟି ଟଙ୍କାର କାମ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟରେ ମହିଳାଙ୍କ ପାଇଁ ଥିବା ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷକୁ ବଢାଇବେ ବୋଲି ସରକାରଙ୍କ ନିଷ୍ପତ୍ତିକୁ ଗୃହରେ ରଖିଛନ୍ତି ରାଜ୍ୟପାଳ । ହେଲେ ଏଭଳି ବଡ ଘୋଷଣା ବିରୋଧୀଙ୍କ  କାନକୁ ଭଲ ଶୁଣାଯାଇନି । ସରକାର କେବଳ ଘୋଷଣା କରନ୍ତି କିନ୍ତୁ ଓଡିଶାର ଚିତ୍ର ବଦଳି ନାହିଁ ବୋଲି କହିଛନ୍ତି ବିରୋଧୀ ।

ରାଜ୍ୟପାଳଙ୍କ ଅଭିଭାଷଣରୁ ସ୍ପଷ୍ଟ ଆଗାମୀ ବଜେଟରେ କେଉଁ ସେକ୍ଟରକୁ କେତେ ଗୁରୁତ୍ବ ଦେବେ ସରକାର ତାର ନକ୍ସା ପ୍ରସ୍ତୁତ ସରିଛି । ୨୮ରେ ବିଧାନସଭାରେ ଉପସ୍ଥାପିତ ହେବାକୁଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏହାର ଝଲକ ଦେଖିବାକୁ ମିଳିବ ।

80 Views

   ସମ୍ବନ୍ଧିତ ଖବର