Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ସରକାର ଗଠନ ଲାଗି ଶିବସେନାକୁ ଡାକିଲେ ମହାରାଷ୍ଟ୍ର ରାଜ୍ୟପାଳ

10/11/2019 at 8:31 PM

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି ଓହରି ଯିବା ପରେ ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ରବିବାର ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳ ଶିବସେନାକୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରିତ କରିଛନ୍ତି। ସୋମବାର ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ଏ ନେଇ ନିଜର ମତାମତ ଜଣାଇବା ଲାଗି ରାଜ୍ୟପାଳ ଶିବ ସେନାକୁ ସମୟ ଦେଇଛନ୍ତି। ତେବେ ରାଜ୍ୟପାଳଙ୍କ ଆମନ୍ତ୍ରଣର କିଛି ସମୟ ପୂର୍ବରୁ ରାଜ୍ୟରେ ଶିବ ସେନା ମୁଖ୍ୟମନ୍ତ୍ରୀ ସରକାର ଗଠନ କରିବେ ବୋଲି ବରିଷ୍ଠ ନେତା ସଞ୍ଜୟ ରାଉତ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାର କେହି ହେବେ ବୋଲି କହିଥିଲେ। ଏଣୁ ଉଦ୍ଧବ ଯେହେତୁ କହିଛନ୍ତି ତାଙ୍କ ପାଖରେ ନିଶ୍ଚିତ ସଂଖ୍ୟାମତ ଅଛି ବୋଲି ସଞ୍ଜୟ ରାଉତ ଗଣମାଧ୍ୟମକୁ କହିଛନ୍ତି। ଏଣୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ଶିବ ସେନାର ନୂଆ ମେଣ୍ଟ ନେଇ ଆକଳନ ସଠିକ ହୋଇଥିବା ଏବେ ଅନୁମାନ କରାଯାଉଛି। ହୁଏତ ଶିବସେନା କଂଗ୍ରେସ ଓ ଏନସିପ ସମେତ କିଛି ନିର୍ଦ୍ଦଳୀୟ ବିଧାୟକଙ୍କୁ ନେଇ ରାଜ୍ୟରେ ସରକାର ଗଠନ କରିପାରେ ବୋଲି ଅନୁମାନ କରାଯାଉଛି।

୨୮୬ ସଦସୀୟ ମହାରାଷ୍ଟ୍ର ବିଧାନସଭାର ୧୦୫ଟି ଆସନ ବିଜେପିକୁ ମିଳିଥିବା ବେଳେ ସହଯୋଗୀ ମେଣ୍ଟ ଶିବସେନା ୫୬ଟି  ପାଇଥିଲା। ଉଭୟ ମେଣ୍ଟ କରିଥିଲେ ସୁରୁଖୁରୁରେ ସରକାର ହୋଇପାରିଥାନ୍ତା। ତେବେ ଶିବସେନା ନିର୍ବାଚନ ଫଳାଫଳ ପରେ ୫୦-୫୦ ଫର୍ମୂଲା ଜିଦରେ ଅଡିଯାଇଥିଲା। ଫଳରେ ବିଜେପି ନିଜ ଆଡୁ ସରକାର ଗଠନ କରିପାରିବ ନାହିଁ ବୋଲି କହିଛି। ଏଣୁ ରାଜ୍ୟରେ ଏବେ ଶିବସେନା କଂଗ୍ରେସ,  ଏନସିପି ଓ ନିର୍ଦ୍ଦଳୀୟ କିଛି ବିଧାୟକଙ୍କୁ ନେଇ ସରକାର ଗଠନ କରିପାରେ ବୋଲି ଆଶା କରାଯାଉଛି। ଗତ ନିର୍ବାଚନରେ କଂଗ୍ରେସକୁ ୪୪ଟି ଆସନ ମିଳିଥିବା ବେଳେ ଏନସିପିକୁ ମିଳିଛି ୫୪ଟି ଆସନ।   

   Related Posts