Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମହାରାଷ୍ଟ୍ର ମହାଭାରତ : ସରକାର ଗଢ଼ିବାକୁ ଏନସିପିକୁ ଆମନ୍ତ୍ରଣ

12/11/2019 at 9:53 AM

ମୁମ୍ବାଇ ୧୨।୧୧: ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଜାରି ରହିଛି  । ଏନସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବା ପାଇଁ ଶିବସେନା ଦେଖିଥିବା ସ୍ବପ୍ନରେ ବ୍ରେକ୍ ଲାଗିଯାଇଛି । ରାଜ୍ୟପାଳଙ୍କ ଦ୍ବାରା ସରକାର ଗଠନ ପାଇଁ ଶିବସେନାକୁ ଦିଆଯାଇଥିବା ସମୟ ମଧ୍ୟରେ ଦଳ ଦାବି ଉପସ୍ଥାପନ ନ କରିବାରୁ ରାଜ୍ୟପାଳ ଏନସିପିକୁ ସରକାର ଗଠନ ପାଇଁ ଡାକିଛନ୍ତି ।

ଏନସିପିକୁ ସରକାର ଗଠନ ପାଇଁ ୨୪ ଘଣ୍ଟା ମଧ୍ୟରେ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି । ଏନସିପିକୁ ରାଜ୍ୟପାଳଙ୍କ ଚିଠି ମିଳିଛି ଏବଂ ଦଳ ଏ ସଂପର୍କରେ ଅନ୍ୟ ସହଯୋଗୀ ଦଳ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବ । ଏହାପୂର୍ବରୁ ମହାରାଷ୍ଟ୍ର ରାଜଭବନ ପକ୍ଷରୁ କୁହାଯାଇଥିଲା ଯେ ଶିବସେନା ସରକାର ଗଠନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ସମର୍ଥନ ପତ୍ର ଦେଇନାହିଁ । ରାଜ୍ୟପାଳ ଶିବସେନାକୁ ଅଧିକ ସମୟ ଦେବାକୁ ମନା କରିଦେଇଛନ୍ତି । ଏବେ ଏନସିପିକୁ ୨୪ ଘଣ୍ଟା ଅର୍ଥାତ୍ ଆଜି ରାତି ସାଢେ ୮ଟା ଭିତରେ ଦାବି ଉପସ୍ଥାପନ କରିବାକୁ ପଡ଼ିବ ।  ଗତକାଲି  ରାଜ୍ୟପାଳ ଓ ଏନସିପି ନେତାଙ୍କ ମଧ୍ୟରେ ୧୫ ମିନିଟ୍ ଧରି ଆଲୋଚନା ହୋଇଥିଲା । ଏହି ଟିମରେ ଏନସିପି ନେତା ଅଜିତ ପାୱାର, ଛଗନ ଭୂଜବଳ ପ୍ରମୁଖ ଥିଲେ ।

କଂଗ୍ରେସ ପକ୍ଷରୁ ଶିବସେନାକୁ ସରକାର ଗଠନ ପାଇଁ ସମର୍ଥନ ଦେବା ନେଇ କିଛି ଚିତ୍ର ସ୍ପଷ୍ଟ ହୋଇନାହିଁ । ଏ ନେଇ ସୋନିଆ ଗାନ୍ଧୀଙ୍କର ୧୦ ଜନପଥ ସ୍ଥିତ ବାସଭବନରେ ଏନେଇ ବୈଠକ ବସିଥିଲେ ମଧ୍ୟ ଦଳ ପକ୍ଷରୁ ସମର୍ଥନ ନେଇ ନିର୍ଦ୍ଦିଷ୍ଟ ଭାବରେ ଘୋଷଣା କରାଯାଇନାହିଁ । ଆଜି କଂଗ୍ରେସର ଏକ ଟିମ୍ ମହାରାଷ୍ଟ୍ର ଯାଇ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଭେଟି ସରକାର ଗଠନ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ।

   Related Posts