Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବିଧାନସଭା ନିର୍ବାଚନ ପୂର୍ବରୁ ଆସାମକୁ ‘ଅଶାନ୍ତ’ ଘୋଷଣା କଲେ ରାଜ୍ୟପାଳ, ୬ ମାସ ପାଇଁ ଲାଗୁ ହେଲା AFSPA

24/02/2021 at 7:35 PM

ଗୌହାଟୀ ୨୪।୨: ଆଗାମୀ ଏପ୍ରିଲ-ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ବୁଧବାର ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି  ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ ୧୯୫୮ ଧାରା ୩ରେ ଦିଆଯାଇଥିବା କ୍ଷମତା ବଳରେ ସାରା ରାଜ୍ୟ ଅଶାନ୍ତ କ୍ଷେତ୍ର ଘୋଷିତ  ହୋଇଛି। 

ଗତବର୍ଷ ପୂର୍ବୋତ୍ତରରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ପରେ ଅଗଷ୍ଟ ୨୮ ତାରିଖ ଦିନ ରାଜ୍ୟପାଳ ୬ ମାସ ଲାଗି ଏହି ଆଇନକୁ ପରବର୍ତ୍ତି ଘୋଷଣା ପର୍ଯ୍ୟନ୍ତ ଲାଗୁ କରିଥିଲେ। ତେବେ ଏଥର ସେଭଳି କୌଣସି କାରଣ ନଥିବା ବେଳେ ଏଏଫଏସପିଏ ଲାଗୁ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ କାର୍ବି ଅଙ୍ଗ୍ଲୋଙ୍ଗ ଅଞ୍ଚଳରେ ୫ଟି ବିଦ୍ରୋହୀ ଗୋଷ୍ଠୀର ୧ ହଜାର ୪୦ ଜଣ ବିଦ୍ରୋହୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଅସ୍ତ୍ରତ୍ୟାଗ କରିବାର ଦିନକ ପରେ ରାଜ୍ୟପାଳ ଅଶାନ୍ତକ୍ଷେତ୍ର ଘୋଷଣା କରିଛନ୍ତି। ରାଜ୍ୟରେ ରାଜ୍ୟପାଳଙ୍କ ଏହି ଆଇନକୁ ଅନେକ ନିର୍ଦ୍ଦୟ ଆଇନ ବୋଲି କହିଥାନ୍ତି।

ଏହି ଆଇନରେ ସୁରକ୍ଷା ବଳ ବିନା ୱାରେଣ୍ଟରେ ସର୍ଚ୍ଚ ଅପରେସନ ସହ କାହାକୁ ଗିରଫ କରିବା ଲାଗି କ୍ଷମତା ପ୍ରଦାନ କରିଥାଏ। ତେବେ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟପାଳ ଆଇନର ସାହାରା ନେବା ଏବେ ନିର୍ବାଚନ ପ୍ରଚାର ଲାଗି ବିରୋଧୀ ଦଳଙ୍କୁ ଚିନ୍ତାରେ ପକାଇଛି।

   Related Posts