ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ନୂଆ କୁଳିପତିଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ

Published By : Prameya-News7 Bureau | September 30, 2019 IST

ଭୁବନେଶ୍ୱର - ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ପୁରୀରେ ଥିବା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଫେସର ହରିହର ହୋତାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି ।

ପ୍ରଫେସର ହରିହର ହୋତା ଏବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷଅଛନ୍ତି । ୨୦୦୯ ମସିହାରେ ସେ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ ସ୍ୱଳ୍ପ ସମୟ ପାଇଁ ପିଜି କାଉନସିଲ୍‌ର ଅଧ୍ୟକ୍ଷ ପୁନର୍ବାର ୩୦.୦୯ ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ପିଜି କାଉନସିଲ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ।

{"id":164646}

ପ୍ରଫେସର ହରିହର ହୋତା ପଞ୍ଜାବ ଟେକନିକାଲ୍‌ ବିଶ୍ୱବିଦ୍ୟାଳୟରେ ଆଇଟିରେ ଏମ୍‌ବିଏ କରିଥିବା ବେଳେ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆଚାର୍ଯ୍ୟ (ଏମ୍‌ଏ) ଓ ପିଏଚ୍‌ଡି କରିଛନ୍ତି। ସେ ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ସଫଳତା ଭାବେ କାର୍ଯ୍ୟ କରିଛନ୍ତି । ଅଧ୍ୟାପକ ଓ ପ୍ରଧ୍ୟାପକ ଭାବେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ଅଛି ।

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ବର୍ତ୍ତମାନ ଆଇଆଇଟି ରୁକିରେ ପ୍ରଫେସର ଅଛନ୍ତି । ସେ ଆମେରିକାର ଡେଲାଓ୍ୱାରେ ବିଶ୍ୱବିଦ୍ୟାଳୟରେ ସାମୁଦ୍ରିକ ବିଜ୍ଞାନ(ମାରାଇନ୍‌ ସାଇନସ୍‌)ରେ ପୋଷ୍ଟ ଡକ୍ଟରିଏଟ୍‌ କରିଥିବା ବେଳେ ଜେଏନ୍‌ୟୁରେ ଏନଭର୍ମେଣ୍ଟ ଜିଓ ସାଇନସ୍‌ରେ ପିଏଚ୍‌ଡି କରିଛନ୍ତି ।

{"id":164647}

ଆମେରିକାର ସ୍ମିଥସୋନିଆଲ୍‌ ଏନଭର୍ମେଣ୍ଟାଲ ରିସର୍ଚ୍ଚ ସେଣ୍ଟରରେ ଇଣ୍ଟର୍ନ, ଜେଏନ୍‌ୟୁରେ ଏନଭର୍ମେଣ୍ଟାଲ ସାଇନସ୍‌ରେ ଏମ୍‌ଫିଲ୍‌ ଓ ଆଇଆଇଟି ମୁମ୍ବାଇରେ ଆପ୍ଲାଏଡ୍‌ ସାଇନସ୍‌ରେ ଏମ୍‌ଏସ୍‌ସି କରିଥିଲେ। ୨୭ ବର୍ଷ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ତାଙ୍କର ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.