Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଏଥର ଡିଜିପିଙ୍କୁ ନୋଟ୍ ନେଇ ଉପୁଜିଛି ବିବାଦ

27/09/2020 at 10:01 PM

କୋଲକାତା ୨୭।୯:ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ଦୀପ ଦନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏଥର ଡିଜିପିଙ୍କୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ଉପୁଜିଛି। ସେପ୍ଚେମ୍ବର ପ୍ରଥମ ସପ୍ତାହରେ ରାଜ୍ୟପାଳ ଧନଖଡ ଡିଜିପିଙ୍କୁ ରାଜଭବନକୁ ସମନ କରିଥିଲେ। ଏଥିରେ ଡିଜିପି ବୀରେନ୍ଦ୍ର ରାଜଭବନ ଯାଇଥିବା ବେଳେ ଧନଖଡ ତାଙ୍କୁ ଏକ ନୋଟ ଧରାଇ ରାଜ୍ୟ ବେଆଇନ ବୋମା ନିର୍ମାଣର ଘର ପାଲଟିଥିବା କହିଥିଲେ। 

ଏହି ନୋଟ୍‌ରେ ଡିଜିପି ବୀରେନ୍ଦ୍ରଙ୍କୁ ଧନଖଡ ରାଜ୍ୟରେ କରୋନା ଭାଇରସ ମହାମାରୀ ବେଳେ ପୋଲିସ ଅଧିକାରୀଙ୍କ ଦ୍ୱାରା ଅମ୍ଫାନ ଓ ପିଡିଏସ ରିଲିଫ ବିତରଣ କରୁଥିବା ଓ ଲୋକଙ୍କ ପ୍ରତି ହେଉଥିବା ଅପରାଧୀକ ଘଟଣାର ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ ମଧ୍ୟ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ନୋଟ୍‌ ମର୍ମରେ ଏକ ୯ ପୃଷ୍ଠାର ପତ୍ର ଲେଖିଛନ୍ତି।  ଏଥିରେ ମମତା ଆପଣଙ୍କ ଶୀର୍ଷକର ପତ୍ର ପଢି ମୁଁ ଅତ୍ୟନ୍ତ ମର୍ମାହତ ଓ ନୋଟରେ ଡିଜିପିଙ୍କ ସହ ମୋତେ ମଧ୍ୟ ଆପଣ ସାମିଲ କରିଛନ୍ତି ବୋଲି ମମତା ଉଲ୍ଲେଖ କରିଛନ୍ତି।

ଏଥିରେ ଆପଣ ରାଜ୍ୟ ପୋଲିସ ଓ ସରକାରଙ୍କୁ ଅପମାନିତ କରିଥିବା କହିଛନ୍ତି ମମତା। ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଏକ ପାଞ୍ଚ ପୃଷ୍ଠାର ପତ୍ର ଲେଖିଥିଲେ। ଗତ ୪ ମାସରେ ରାଜ୍ୟପାଳଙ୍କୁ ମମତାଙ୍କର ଏହା ଦ୍ୱିତୀୟ ପତ୍ର ହୋଇଥିବା ବେଳେ ଏଥିରେ ମମତା ସମ୍ବିଧାନର ଅନୁଚ୍ଛେଦ ୧୬୩ର ଉଲ୍ଲେଖ କରିଛନ୍ତି।  ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସୁପାରିଶରେ ରାଜ୍ୟପାଳ କାର୍ଯ୍ୟକରିବା ବାଧ୍ୟତାମୂଳକ କରାଯାଇଛି ବୋଲି ମମତା ଉଲ୍ଲେଖ କରିଛନ୍ତି। ତେବେ କିଛି ଘଟଣାରେ ରାଜ୍ୟପାଳ  ଅନୁଚିତ ହସ୍ତକ୍ଷେପ କରୁଥିବା ଦେଖାଯାଉଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।  ଯାହାକୁ ସେ ରାଜ୍ୟପାଳଙ୍କ ଅନୁଚିତ ବ୍ୟବହାର ବୋଲି କହିଛନ୍ତି।

ଏକ ନିର୍ଦ୍ଧିଷ୍ଟ ଅଭିଯୁକ୍ତ ଏ.ସିଂହ (ବିଜେପି ସାଂସଦ ଅର୍ଜୁନ ସିଂହ)ଙ୍କ ଅପରାଧିକ ତଦନ୍ତ ଏବଂ ଡିଜିପିଙ୍କ ଠାରୁ ତଦନ୍ତ ପ୍ରକ୍ରିୟାର ଅନୁସନ୍ଧାନ କରିବା କୌଣସି କାର୍ଯ୍ୟନିର୍ବାହୀ ଅଥବା ବିଧାନସଭା ପ୍ରସ୍ତାବ ସମ୍ପର୍କିତ ସୂଚନା ନୁହେଁ ଏବଂ ଏହି ଅନୁସନ୍ଧାନ କେବଳ ଏହା ହସ୍ତକ୍ଷେପ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ରାଜ୍ୟପାଳ ଧନଖଡ ତାଙ୍କ ବେଆଇନ ତଥା ଅଯଥା ଦାବିକୁ ପାଳନ ନ କରିବାରୁ ଡିଜିପିଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କୁ ଏହି ଅସାମ୍ବିଧାନିକ ଅନୁରୋଧ ପାଳନ କରିବାକୁ ବାଧ୍ୟ କରୁଛନ୍ତି।

ସେହିପରି ଜଣେ ରାଜ୍ୟପାଳ ଭାବେ ଆପଣ ଆପଣଙ୍କ କାମ କରନ୍ତୁ ବୋଲି ଧନଖଡଙ୍କୁ ମମତା ପତ୍ରରେ କହିଛନ୍ତି। ରାଜ୍ୟପାଳ କୌଣସି କ୍ଷେତ୍ରରେ ଜଣେ ରାଜନୈତିକ ଦଳର ପ୍ରତିନିଧି ଭଳି କାର୍ଯ୍ୟ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି। ଏଣୁ ସମ୍ବିଧାନର ଆଦେଶ ଅନୁଯାୟୀ ଆପଣ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ନିବେଦନ କରିଛନ୍ତି।

   Related Posts