Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୩ ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ, ବାତ୍ୟା ବିଷୟରେ ପଚାରି ବୁଝିଲେ

5/12/2021 at 9:39 PM

ପୁରୀ, ୦୫/୧୨: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ଦିନିଆ ଗସ୍ତରେ ଆସି ଆଜି ପୁରୀ ସ୍ଥିତ ରାଜଭବନରେ ପହଞ୍ଚିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ତା ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାତ୍ୟା ଜୱାଦ ପ୍ରଭାବ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ।

ଆସନ୍ତାକାଲି ରାଜ୍ୟପାଳ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅସବରରେ ରେଡକ୍ରସ, ସ୍କାଉଟ ଓ ଗାଇଡ ଏବଂ ସେଣ୍ଟ ଜନ୍ସ ଆମ୍ବୁଲାନ୍ସର ସ୍ବେଚ୍ଛାସେବୀମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ବିଭିନ୍ନ ବିପର୍ଯ୍ୟୟ ସମୟରେ ସ୍ବେଚ୍ଛାସେବୀମାନଙ୍କ ସହଯୋଗ ଓ ସେବାର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଆସନ୍ତା ୭ ତାରିଖରେ ରାଜ୍ୟପାଳ ଭୁବନେଶ୍ବର ଫେରିଯିବା ଗସ୍ତ ସୂଚୀ ରହିଛି।

   Related Posts