Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରବାସୀ ଶ୍ରମିକଙ୍କୁ ନବୀନ ସରକାରଙ୍କ ମକର ଭେଟି : ୧୧ଜିଲ୍ଲାରେ ଶ୍ରମିକ ହେବେ ଲାଭବାନ୍

15/01/2020 at 5:23 PM

ଭୁବନେଶ୍ବର ୧୫/୧: ପ୍ରବାସୀ ଶ୍ରମିକଙ୍କ ପାଇଁ ନବୀନଙ୍କ ସ୍ବତନ୍ତ୍ର ପ୍ୟାକେଜ ।  ରାଜ୍ୟ ବାହାରକୁ ଯାଉଥିବା ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ଉପରେ ଜୋର ଦେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଅନୁଯାଇ ପ୍ରବାସୀ ଶ୍ରମିକଙ୍କ ହାତକୁ ଅଧିକ ଦିନ କାମ ଦେବା ସହ ସେମାନଙ୍କ ଦୈନିକ ମଜୁରୀ ବଢାଇବାକୁ ନିଷ୍ପତି ହୋଇଛି । ଏଣିକି ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ନରେଗା ଯୋଜନାରେ ୨୦୦ଦିନ କାମ ଦେବାକୁ ଘୋଷଣା ହୋଇଛି । ଏହାସହିତ ନରେଗାରେ ଥିବା ଦୈନିକ ମଜୁରୀକୁ ୧୮୮ ଟଙ୍କା ବଦଳରେ ୨୮୬ଟଙ୍କା.୩୦ ପଇସାକୁ ବଢାଯାଇଛି ।

ପ୍ରବାସୀ ଶ୍ରମିକଙ୍କୁ ସରକାରଙ୍କ ମକର ଭେଟି।  ସାମାଜିକ ସୁରାକ୍ଷା ବିନା ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ଶ୍ରମିକ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନରେଗା ଯୋଜନାରେ ଶ୍ରମିକଙ୍କୁ ମଜୁରୀ ବାବଦକୁ ମିଳୁଥିବା ଦୈନିକ ୧୮୮ଟଙ୍କା ପାରିଶ୍ରମିକକୁ ବଢାଇ ୨୮୬ଟଙ୍କା.୩୦ ପଇସା କରିଛନ୍ତି ସରକାର । ଏହାସହିତ ୧୦୦ ଦିନ ବଦଳରେ ୨ଶହ ଦିନ କାର୍ଯ୍ୟ ଦେବାକୁ ଘୋଷଣା କରିଛନ୍ତି ।   ନିର୍ଦ୍ଦରିତ ସମୟରେ ଶ୍ରମିକ ମାନେ କିଭଳି ମଜୁରୀ ପାଇବେ ସେଥିପାଇଁ  ୫ଶହ କୋଟି ଟଙ୍କାର କର୍ପସ ଫଣ୍ତ ଗଠନ କରାଯାଇଛି । ଏହାଦ୍ବାରା ଦାଦନ ଶ୍ରମିକ ସମସ୍ୟାର ସମ୍ମୁଖିନ ହେଉଥିବା ୧୧ଜିଲ୍ଲାର ଶ୍ରମିକ ଲାଭବାନ ହେବେ। ତେବେ ପ୍ରାଥମିକ ଭାବେ  ବରଗଡ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ତି ଜିଲ୍ଲାରୁ ଦାଦନ ଖଟିବାକୁଯାଉଥିବା ୨୦ ବ୍ଲକର  ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ନଜର ଦେଇଛନ୍ତି ସରକାର।

ଏହା ବାଦ୍ ୪ ଜିଲ୍ଲାର ୨୦ ବ୍ଲକର ପ୍ରତ୍ୟେକ ପରିବାର ମହିଳା ସଦସ୍ୟଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀଅନ୍ତଭୁକ୍ତ କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବୀମାଭୁକ୍ତ କରିବାକୁ ଘୋଷଣା ହୋଇଛି । ଯେଉଁମାନେ ବାହାର ରାଜ୍ୟକୁ କାମପାଇଁ ଯାଉଛନ୍ତି ସେମାନଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇ , ଟ୍ରେନିଙ୍ଗ ଦେଇ କିଭଳି ଆତ୍ମନିର୍ଭର ଶୀଳ ହେବେ ତାଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ଏହା ସହିତ ଆନ୍ଧ୍ର ପ୍ରଦେଶ, ତେଲଙ୍ଗନା ଏବଂ ଦିଲ୍ଲୀକୁ କାମ ପାଇଁ ଯାଉଥିବା ଶ୍ରମିକଙ୍କ ସୁବିଧା ପାଇଁ  ସହାୟକ କେନ୍ଦ୍ର ଖୋଲିଛନ୍ତି ସରକାର।  ଶ୍ରମିକଙ୍କ ସୁବିଧା ପାଇଁ ରାଜ୍ୟ ଭିତରେ ଟୋଲ୍ ଫି ନମ୍ବର ୧୫୫୩୬୮ ଓ  ରାଜ୍ୟ ବାହାର ପାଇଁ ଟୋଲ୍ ଫି ନମ୍ବର ୧୮୦୦୨୪୫୬୭୦୩ ରଖାଯାଇଛି ।

ପ୍ରତିବର୍ଷ ଧାନ କଟା ସରିବା ପରେ ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ  ଯାଉଛନ୍ତି ବାହାର ରାଜ୍ୟକୁ । ସେଠାରେ ସେମାନଭ୍କ ଉପରେ ଅତ୍ୟାଚାର ହେଉଥିବା ଖବର ସରକାରଙ୍କ ମୁଣ୍ଡବିନ୍ଧା ବଢାଉଛି । ଏହି ପ୍ୟାକେଜ ପ୍ରବାସୀ ଶ୍ରମିକ ଉପରେ ରୋକ ଲାଗାଇପାରିବ ବୋଲି ସରକାର ଭାବୁଛନ୍ତି ।

   Related Posts