ସରକାରୀ ନିର୍ଦେଶକୁ ଫୁ : ବାଟବଣା ପିଲାଙ୍କ ସ୍କୁଲ ବ୍ୟାଗ୍ କଟକଣା

Published By : Prameya-News7 Bureau | June 30, 2019 IST

ଭଦ୍ରକ ୩୦/୬: କେବେ ପାଳନ ହେବ ସରକାରୀ ନିୟମ , କେବେ ପିଲାଙ୍କ ସ୍କୁଲ ବ୍ୟାଗ୍ (ବସ୍ତାନୀ)ର ଓଜନ କମିବ ଏହି ଚିନ୍ତାରେ ଏବେ ଅଭିଭାବକ ଓ ଅଭିଭାବିକା ମାନେ । ସରକାରଙ୍କ ନିର୍ଦେଶ ଅନୁସାରେ ନୂତନ ଶିକ୍ଷାବର୍ଷ ଠାରୁ ଏହା ପାଳନ ହେବା କଥା କିନ୍ତୁ ଶିକ୍ଷାବର୍ଷ ଆରମ୍ଭ ହେବା ଓ ଗ୍ରୀଷ୍ମଛୁଟି ପରେ ପୁଣି ସ୍କୁଲ ଖୋଲିଲା ତଥାପି ବ୍ୟାଗ୍ କଟକଣା ପାଳନ ନହେବା ଅଭିଭାବକ ମାନଙ୍କ ଚିନ୍ତାକୁ ଦିଗୁଣିତ କରିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକରେ  ସ୍କୁଲ ଛାତ୍ର ଛାତ୍ରୀଙ୍କ ବ୍ୟାଗ ପରିବହନ ଉପରେ କଟକଣା ନିର୍ଦଶେ ଦିଆଯିବାର ମାସାଧିକ କାଳ ବିତିଯିବା ସହ ପୁରୁଣା ଶିକ୍ଷାବର୍ଷ ଯାଇ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ଏହି ଆଇନକୁ ସରକାରୀ ଓ ବେସରକାରୀ ସ୍କୁଲ ମାନେ କଡ଼।କଡ଼଼ି ଭାବେ ପାଳନ ନକରିବା ଏହା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

{"id":128801,"width":581,"height":327}

୨୦୧୯ ମାର୍ଚ୍ଚ ୮ରେ ସରକାରଙ୍କ ଗାଇଡ଼୍ ଲାଇନ ଅନୁସାରେ  ପିଲାଙ୍କ ସ୍କୁଲ ବ୍ୟାଗ ପରିବହନ ନିୟମକୁ କଡ଼।କଡ଼ି ଭାବେ ପାଳନ କରିବାକୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦେଶ ଥିବା ସତ୍ବେ ୧ ରୁ ୨ୟ ଶ୍ରେଣୀ ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ (୧.୫ କେଜି) , ୩ରୁ ୫ ପିଲାମାନଙ୍କ ପାଇଁ  ( ୨ରୁ ୩କେଜି) ୬ରୁ୭ମ ପିଲାମାନଙ୍କ ପାଇଁ (୪କେଜି)ଏବଂ ୮ରୁ ୧୦ଯାଏ ପିଲାମାନଙ୍କ ପାଇଁ ୪.୫ରୁ (୫ କେଜି) ମଧ୍ୟରେ ବ୍ୟାଗର ଓଜନ ପରିବହନ କରିପାରିବେ ହେଲେ ତାହାର ଓଲଟା ସବୁ ସ୍କୁଲରେ ଦେଖିବାକୁ ମିଳୁଛି । ୧ରୁ ୨ଶ୍ରେଣୀ ମଧ୍ୟରେ କୁନିକୁନି ପିଲାମାନଙ୍କୁ ୫ କେ.ଜିରୁ ଉର୍ଦ୍ଧ ବ୍ୟାଗ ନେଇ ସ୍କୁଲ ଯାଉଛନ୍ତି ସେଥତ୍ପାଇଁ ସ୍କୁଲ କତୃପକ୍ଷ ନା ପ୍ରଶାସନର ନିଘା ରହିଛି । 

{"id":128802,"width":578,"height":325}

ସରକାରୀ ସୂଚନା ଅନୁସାରେ ଚାନ୍ଦବାଲି ବ୍ଳକରେ ୨୧୪ଟି ସରକାରୀ ସ୍କୁଲ ଓ  ବେସରକାରୀ ୨୮ଟି ଘରୋଇ ସ୍କୁଲ ରହିଛି । ଚାନ୍ଦବାଲିର କିଛି ଘରୋଇ ସ୍କୁଲ ଏବଂ ସରକାରୀ ସ୍କୁଲର ମଧ୍ୟ ୧ରୁ ୩ଶ୍ରେଣୀର ପିଲାମାନେ ଅଧିକ ଓଜନର ବ୍ୟାଗ ନେବାର ଆମ କ୍ୟାମେରାରେ କଏଦ ପରେ ସ୍କୁଲ କତୃକକ୍ଷ ଆଲୋଚନା ପରେ ଜଣାପଡ଼ଥିଲା ଯେ ସେମାନଙ୍କର ଏହି ଆଇନ୍ ଉପରେ କୈାଣସି ଖାତିର ନାହିଁ । 

{"id":128803,"width":582,"height":327}

ଅନ୍ୟପଟେ ଏହି ଆଇନ ଲାଗୁ ପରେ ଶିକ୍ଷା ବିଭାଗର ଅଧତ୍କାରୀ ମାନେ କେବଳ ସମସ୍ତ ସ୍କୁଲ ମାନଙ୍କୁ ଚିଠି ଦେଇ ଦେଇ କାମ ସାରି ଦେଇଛନ୍ତି ତାହା ତଳ ସ୍ଥଳରେ କାର୍ଯ୍ୟକାରୀ ହେଉଛି କି ନା ତାହାର କ୍ଷେତ୍ର ପରିଦର୍ଶନ ଓ ତଦନ୍ତ କରାଯାଇନାହିଁ ଯାହା ଫଳରେ ସରକାରୀ ଓ ବେସରକାରୀ ସ୍କୁଲ ମାନେ ବେଫିକର ଭାବେ କାର୍ଯ୍ୟ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.