Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ଏବେ ଜରୁରୀ ନୁହେଁ RTPCR ଟେଷ୍ଟ

11/05/2021 at 5:58 PM

ନୂଆଦିଲ୍ଲୀ ୧୧।୦୫: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର କରୋନାର ସଦ୍ୟତମ ପରିସ୍ଥିତିକୁ ନେଇ ସୂଚନା ଦେଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ଵାଲ କହିଛନ୍ତି, ଅନେକ ରାଜ୍ୟରେ ଆକ୍ଟିଭ୍ କେସ୍ ହ୍ରାସ ପାଇବାରେ ଲାଗିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ନିତିଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଏବେ ଆରଟି ପିସିଆର ଟେଷ୍ଟ ଜରୁରୀ ନୁହେଁ। ଯଦି କୌଣସି ରୋଗୀ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଡିସଚାର୍ଜ ହେଉଛନ୍ତି ତେବେ ଆରଟି ପିସିଆର ଟେଷ୍ଟର ଆବଶ୍ୟକତା ନାହିଁ। ଅର୍ଥାତ ହସ୍ପିଟାଲ୍‌ରୁ ଡିସଚାର୍ଜ ହେବା ପାଇଁ ଆରଟି ପିସିଆର ଟେଷ୍ଟ କରାଇବା ଜରୁରୀ ନୁହେଁ।

କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଛନ୍ତି, ଭ୍ୟାକ୍ସିନର ଦ୍ଵିତୀୟ ଡୋଜ୍ ଲଗାଉଥିବା ରାଜ୍ୟକୁ ପ୍ରାଥମିକତା ଦିଆଯିବ। ଦ୍ଵିତୀୟ ଡୋଜ୍ ପାଇଁ ବଡ ସଂଖ୍ୟାରେ ଲୋକେ ଅପେକ୍ଷା କରିଛନ୍ତି। ସେମାନଙ୍କୁ ପ୍ରଥମେ ଟିକା ଯୋଗାଇ ଦେବାର ଆବଶ୍ୟକତା ରହିଛି।  କେନ୍ଦ୍ର ପକ୍ଷରୁ ମାଗଣାରେ ମିଳିବାକୁ ଥିବା ଟିକାରୁ ୭୦ ପ୍ରତିଶତ ଟିକା ରାଜ୍ୟଗୁଡିକ ଦ୍ଵିତୀୟ ଡୋଜ୍‌ ପାଇଁ ରଖି ପାରିବେ। ବାକି ୩୦ ପ୍ରତିଶତ ଭ୍ୟାକ୍ସିନ ପ୍ରଥମ ଡୋଜ୍‌ ପାଇଁ ଦେଇ ପାରିବେ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ୧୩ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ୬ଟି ରାଜ୍ୟରେ ଆକ୍ଟିଭ୍ କେସ୍ ୫୦  ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଛି। ସେହି ପରି ୧୭ ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ରୋଗୀ ଚିକିତ୍ସାଧୀନ ରହିଛନ୍ତି।

   Related Posts