Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କୋଭିଡ ଚିକିତ୍ସା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ : କେଉଁ କେଉଁ ଔଷଧ ତାଲିକାରୁ ପଡିଛି ବାଦ୍, ଜାଣନ୍ତୁ

8/06/2021 at 11:45 AM

ମୁମ୍ୱାଇ ୮/୬: କରୋନା ଚିକିତ୍ସା ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ଏଭଳି ଗୁଜବକୁ ନିୟନ୍ତ୍ରଣ କରିବା ଏବଂ କରୋନା ସଂକ୍ରମିତ ଲୋକମାନେ କ’ଣ କରିବା ଉଚିତ୍, କ’ଣ କରିବା ଉଚିତ୍ ନୁହେଁ ଏବଂ କେଉଁ ଔଷଧ ବ୍ୟବହାର କରିବା ଉଚିତ୍ ସେ ବିଷୟରେ ସଚେତନ କରାଉଛନ୍ତି । ନିକଟରେ ସରକାର କରୋନା ଚିକିତ୍ସା ପାଇଁ ଏକ ନୂତନ ପ୍ରେସକ୍ରିପସନ୍ ଜାରି କରିଛନ୍ତି ।

ଯେଉଁଥିରେ ଉଲ୍ଲେଖ ରହିଛି କରୋନା ସମୟରେ କେଉଁ ଓଷଧ ବ୍ୟବହାର କରାଯିବା ଉଚିତ ନୁହେଁ । ଔଷଧର ନାମ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ୱେବସାଇଟରେ ରଖାଯାଇଛି । ଏପ୍ରିଲରେ ଭାରତର ସର୍ବାଧିକ ବିକ୍ରି ହେଉଥିବା ଔଷଧ ଆଣ୍ଟିଭାଇରାଲ୍ ଫାଭିପିରାଭିର ଏଥିରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ଏଥି ସହିତ, ଡିଜିଏଚଏସ୍ ଅନୁଯାୟୀ, ଆଣ୍ଟିଭାଇରାଲ୍ ରେମଡେସିଭର୍ ସୀମିତ ବ୍ୟବହାର ପାଇଁ କୁହାଯାଇଛି ।

ଜଣେ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ପରେ ରେମଡେସିଭର୍ ବ୍ୟବହାର କରିବାକୁ କୁହାଯାଇଛି । କାରଣ ଏହା ଏକ କ୍ଷତିକାରକ ସମ୍ଭାବ୍ୟ ପରୀକ୍ଷାମୂଳକ ଔଷଧ ଅଟୋ । କରୋନା ରୋଗୀଙ୍କ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ କୌଣସି ଆଣ୍ଟିବାୟୋଟିକ୍ ଗ୍ରହଣ କରାଯିବ ନାହିଁ । ରୋଗୀମାନେ ଭିଟାମିନ୍ କିମ୍ବା ଜିଙ୍କ ଟାବଲେଟ୍ ଗ୍ରହଣ କରିବା ଉଚିତ୍ ନୁହେଁ । ରୋଗୀମାନଙ୍କୁ ଆଇଭର୍ମେକ୍ଟିନ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।

ଯଦି ଜ୍ୱିର ହୁଏ ତେବେ କେବଳ ପାରାସିଟାମୋଲ ବ୍ୟବହାର କରନ୍ତୁ । ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କରୋନା ରୋଗୀଙ୍କ ପାଇଁ ୬ ମିନିଟର ଚାଲିବାକୁ କୁହାଯାଇଛି । ଏଥି ସହିତ ରୋଗୀଙ୍କୁ ଅନାବଶ୍ୟକ ଭାବରେ ସିଟି ସ୍କାନ ନକରିବାକୁ କୁହାଯାଇଛି । ଗାଇଡଲାଇନରେ ଡାକ୍ତରମାନଙ୍କୁ ମଧ୍ୟ ଏପରି ମତାମତ ନଦେବାକୁ କୁହାଯାଇଛି । ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ପ୍ଲାଜମା ଥେରାପି ପାଇଁ ସରକାର ଏକ ଗାଇଡଲାଇନ ଜାରି କରିଥିଲେ । ଏହି ଗାଇଡଲାଇନରେ, କୋଭିଡ ଚିକିତ୍ସା ପ୍ରୋଟୋକଲରୁ ପ୍ଲାଜମା ଥେରାପି ବାଦ୍ ପଡିଛି ।

   Related Posts