Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଭୁବନେଶ୍ୱର ପାଇଁ ନୂଆ କରୋନା ରଣନୀତି, ୫ହଜାର ଟେଷ୍ଟିଂ ପାଇଁ ଲକ୍ଷ, ଜନସାଧାରଣଙ୍କ ସହଯୋଗ ଲୋଡିଲେ ସରକାର

17/04/2020 at 12:39 PM

ଭୁବନେଶ୍ୱର ୧୭।୪: ରାଜଧାନୀ ଭୁବନେଶ୍ୱର କରୋନା ହଟ୍‌ସ୍ପଟ୍‌ ପାଲଟିଛି। ତେବେ ସହରକୁ ତୁରନ୍ତ କରୋନାମୁକ୍ତ କରିବା ଲାଗି ରାଜ୍ୟ ସରକାର ଏକ ବ୍ୟାପକ ଏବଂ ସଙ୍ଗଠିତ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ ଶୁକ୍ରବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ରଖିବା ବେଳେ ଏକ ବଡ ଘୋଷଣାକ୍ରମରେ ରାଜଧାନୀରେ କୋଭିଡ-୧୯ ନମୁନା ପରୀକ୍ଷଣ ୭ ଦିନ ମଧ୍ୟରେ ୫ ହଜାରକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି। ଦେଶର ମହାନଗରୀକୁ ଆଖିରେ ରଖି ରାଜ୍ୟ ସରକାର କରୋନା ମୁକାବିଲା ଲାଗି ଏକ ମେଗା ଓ ଅନ୍ୟାନ୍ୟ ପରୀକ୍ଷଣ ପ୍ରୟାଶ ଆରମ୍ଭ କରିଛନ୍ତି। ସାରା ଦେଶରେ ଭୁବନେଶ୍ୱର ଦୈନିକ ଭିତ୍ତିରେ ତଥା ସାମଗ୍ରିକ ଭାବେ ସର୍ବାଧିକ ଟେଷ୍ଟିଂ କରିବାକୁ ରୋଡମ୍ୟାପ୍ ତିଆରି କରାଯାଇଛି।

ପ୍ରୟାଶ ଆମର କାର୍ଯ୍ୟ,  ଫଳ ଭବିଷ୍ୟତ କହିବ ! ଏମିତି କହି ମୁଖ୍ୟ ଶାସନ ସଚିବ ରାଜ୍ୟ ସହ ରାଜଧାନୀର କରୋନା ସଂକ୍ରମଣ ସ୍ଥିତି ଏବଂ ମୁକାବିଲା କଥା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୭ଟି ଲ୍ୟାବ୍‌ରୁ କେବଳ ୬ଟି ସରକାରୀ ଲାବରୋଟରୀରେ ୭ହଜାର୫୭୭ ନମୁନା ପରୀକ୍ଷଣ କରାଯାଇଛି। ସେଥିରେ ୬୦ଟି ପଜେଟିଭ ଆସିଛି। ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୪୬ଟି ପଜେଟିଭ କେସ୍ ଚିହ୍ନଟ ହୋଇଛି। ତେବେ ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ଜୋନ, ଲକଡାଉନ ଏବଂ ସଟ୍‌ଡାଉନ ଭଳି କଡା ପଦକ୍ଷେପ ଯୋଗୁ ଭୁବନେଶ୍ୱର ସହ ରାଜ୍ୟରେ ଗତ ୨ ଦିନ ହେଲା ଗୋଟିଏ ବି ନୂଆ ପଜେଟିଭ କେସ୍ ମିଳିନାହିଁ।

ଏହି ସବୁ ଦୃଷ୍ଟିରୁ ଭୁବନେଶ୍ୱରକୁ କ୍ରିଟିକାଲ ପଏଣ୍ଟ ଭାବେ ଧରାଯାଇଛି ଏବଂ ରାଜ୍ୟର ଏହି ରାଜଧାନୀକୁ  କରୋନା ମୁକ୍ତ କରିବା ଲାଗି ରଣନୀତି ପ୍ରସ୍ତୁତ ହୋଇଥିବା ମୁଖ୍ୟଶାସନ ସଚିବ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧ହଜାର ୯୫୮ଟି ଟେଷ୍ଟିଂ ହୋଇଛି। ଯାହା ରାଜ୍ୟର ମୋଟ ପରୀକ୍ଷଣର ୩୮ ପ୍ରତିଶତ। ତେବେ ଏହି ପରିମାଣକୁ ଆଗାମୀ ୭ଦିନରେ ୫ ହଜାରକୁ ବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ୪ଟି ଭାଗରେ ବିଭକ୍ତ କରାଯାଇଛି। ଏଥିରୁ ପ୍ରଥମ ୩ଟି ଭାଗରେ ଯଥାକ୍ରମେ ଟ୍ରାଭେଲ ହିଷ୍ଟ୍ରି ସନ୍ଦିଗ୍ଧ, ସଂକ୍ରମିତଙ୍କ ସଂସ୍ପର୍ସରେ ଆସିଥିବା, ଲକ୍ଷଣ ଥିବା, ସ୍ୱାସ୍ଥ୍ୟକର୍ମୀ, ହଟ୍‌ସ୍ପଟରୁ ଆସିତିବା ବ୍ୟକ୍ତି, ଜ୍ୱର,ଥଣ୍ଡା ଓ କାସରେ ଆକ୍ରାନ୍ତ ଆଦି ପ୍ରଥମେ ଆସୁଥିବା ବେଳେ ଏହା ପରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ ଏବଂ ଜରୁରି ସେବାରେ ଥିବା ବ୍ୟକ୍ତି ବିଶେଷ ଏବଂ ତା ପରେ  ୬୦ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଯେଉଁମାନେ ଡାଇବେଟିଜ୍ ଓ ଉଚ୍ଚରକ୍ତଚାପ ଆଦି ରୋଗରେ ଆକ୍ରାନ୍ତଙ୍କଠାରୁ ନମୁନା ନିଆଯିବ । ଏହା ପରେ ଚତୁର୍ଥ ଭାଗରେ ରାଣ୍ଡମ ଟେଷ୍ଟ କରାଯିବ। ଏଥିପାଇଁ ସହଯୋଗ କରିବାକୁ ଜନସାଧାରଣଙ୍କୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି।

ଏଥିପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ସାହି ମୁରବୀ ମାନ୍ୟଗଣ୍ୟ ଲୋକଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ନମୁନା ପରୀକ୍ଷଣରେ ପଜେଟିଭ ଆସିବା ବ୍ୟକ୍ତିଙ୍କର ସରକାରଙ୍କ ପ୍ରତିଷ୍ଠିତ ସ୍ୱତନ୍ତ୍ର ତଥା ବିଶ୍ୱସ୍ତରୀୟ କୋଭିଡ ହସ୍ପିଟାଲରେ ମାଗଣା ଚିକିତ୍ସା କରାଯିବ। ନେଗେଟିଭ ନମୁନା କ୍ଷେତ୍ରରେ ବ୍ୟକ୍ତିମାନେ ନିଜେ ଆଶ୍ୱସ୍ତ ହେବେ। ଏହା ଦ୍ୱାରା ସମସ୍ତଙ୍କ ପରିବାର ନିରାପଦ ଓ ନିଶ୍ଚିତ ରହିବେ।

   Related Posts