Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ଭାଇରସ ମହାମାରୀକୁ ନେଇ ସରକାର ନିଜେ କନଫ୍ୟୁଜ୍ , ଲୋକେ ହିନସ୍ତା

18/11/2020 at 6:20 PM

ନୂଆଦିଲ୍ଲୀ ୧୮।୧୧: ଭାରତରେ କରୋନା ଭାଇରସ ମହାମାରୀ ପ୍ରସାରକୁ ଇତିମଧ୍ୟରେ ୧୧ ମାସ ବିତିଗଲାଣି। ଭୂତାଣୁ ମୁକାବିଲା ଲାଗି କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ନୀତି ନିୟମ ଲାଗୁ କରୁଛନ୍ତି। ତେବେ  ଦୀର୍ଘ ସମୟ ମଧ୍ୟରେ ଦେଶରେ କରୋନାକୁ ନେଇ ସ୍ପଷ୍ଟ ନୀତି ନିର୍ଦ୍ଧାରିତ ହୋଇ ନଥିବାରୁ ଜନତାଙ୍କୁ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି। ବିବାହ, ବ୍ରତ ହେଉ ଅଥବା ସାମୂହିକା ପୂଜା ଅଥବା ଛଟପୂଜା ସବୁ କ୍ଷେତ୍ରରେ ଏବେ ସମାନ ଅବସ୍ଥା ଉପୁଜୁଛି।   

କରୋନା କବଳିତ ଦିଲ୍ଲୀରେ ଏବେ ବିବାହ ଓ ବିଭିନ୍ନ ପର୍ବପର୍ବାଣୀର ସମୟ। ତେବେ ୧୭ ନଭେମ୍ବର ମଙ୍ଗଳବାର ଦିନ ଦିଲ୍ଲୀବାସୀ ଲକଡାଉନକୁ ନେଇ ଏପରି ଆତଙ୍କିତ ହୋଇପଡିଥିଲେ ଯେ ଶେଷରେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବୁଧବାର ସ୍ପଷ୍ଟିକରଣ ଦେବାକୁ ପଡିଛି। ଦିଲ୍ଲୀରେ କରୋନା ପୁଣି ପ୍ରକୋପ କରୁଛି। ଏଣୁ ହୁଏତ ସରକାର ଅଚାନକ ଲକଡାଉନ ଜାରି କରିପାରନ୍ତି ବୋଲି ରାଜଧାନୀବାସୀ ଆତଙ୍କିତ ହୋଇପଡିଛନ୍ତି। ତେବେ ସରକାର ଏପରି କୌଣସି ନିଷ୍ପତ୍ତି ନେବାକୁ ଯୋଜନା କରିନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଦୀର୍ଘ ଲକଡଉନରେ ସାଧାରଣ ଜନତା, ବ୍ୟବସାୟୀ, ବୃତ୍ତିଜୀବୀ ଓ ଦିନମଜୁରିଆ ଗୁରୁତର ପ୍ରଭାବିତ ହୋଇଛନ୍ତି । ଏଣୁ ଦ୍ୱିତୀୟବାର ଲକଡାଉନକୁ ନେଇ ଲୋକେ ଏବେବି ଆତଙ୍କିତ ଅବସ୍ଥାରେ ଅଛନ୍ତି। ନିକଟରେ ଦିପାବଳୀରେ ଅଚାନକ ବାଣ ବ୍ୟବସାୟ ଉପରେ ସରକାର ରୋକ ଲଗାଇ ଦେଇଥିଲେ। ଫଳରେ ଦୀର୍ଘ ଦିନ ହେଲା ଖାଲିହାତରେ ବସିଥିବା ଲୋକେ ବେପାର କରି ଦି ପଇସା ପାଇଯିବା ଲାଗି ଯେଉଁ   ଆଶାରେ ଥିଲେ ତାହା ଧୂଳିସାତ ହୋଇଯାଇଥିଲା। ବେପାର ଅନୁମତି ତ ମିଳିଲାନି ସେପଟେ ନିବେଶ ମଧ୍ୟ ବୁଡିଗଲା।

କେବଳ ଦିପାବଳୀରେ ବାଣ ବେପାର ନୁହେଁ ବିବାହ ଉତ୍ସବରେ ଲୋକଙ୍କ ସଂଖ୍ୟା ଓ ସାର୍ବଜନିକ ପୂଜାପାର୍ବଣ ନେଇ ଦିଲ୍ଲୀ ସରକାରଙ୍କ ଅଚାନକ ନିଷ୍ପତ୍ତି ଲୋକଙ୍କୁ ନାନା ଅସୁବିଧାରେ ପକାଉଛି।  କେବଳ ଦିଲ୍ଲୀ ନୁହେଁ ଏବେ ଛଟ୍ ପୂଜାକୁ ନେଇ ମହାରାଷ୍ଟ୍ରରୁ ଆରମ୍ଭ କରି ଝାଡଖଣ୍ଡ ଓ ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ ଅସମଞ୍ଜସ୍ୟରେ ଅଛନ୍ତି। କଣ କରିବେ ନ କରିବେ ଲୋକେ ବୁଝି ପାରୁନଥିବା ବେଳେ କଣ ହେବ ନ ହେବ ସରକାର ମଧ୍ୟ ଜାଣନ୍ତି ନାହିଁ। କେବଳ ଛଟ୍ ପୂଜା ନୁହେଁ ଅତୀତରେ ଦୂର୍ଗାପୂଜା ଅବସରରେ ରାବଣ ପୋଡ଼ି, ବିନାୟକ ଚତୁର୍ଥୀ ଆଦିରେ ମଧ୍ୟ ଶେଷ ପର୍ଯ୍ୟନ୍ତ ସରକାର ନିଜର ନୀତି ସ୍ପଷ୍ଟ କରିପାରିନଥିଲେ। ଏଣୁ କେବଳ ସାଧାରଣ ଲୋକେ ନୁହନ୍ତି ପ୍ରଶାସନ ମଧ୍ୟ ଅନେକ ସ୍ଥାନରେ ଅପ୍ରିତିକର ପରିସ୍ଥିତିରେ ପଡିଥିଲା।

କରୋନା ଭାଇରସ ମହାମାରୀକୁ ନେଇ ସରକାର ନିଜେ ସ୍ପଷ୍ଟ ହୋଇପାରି ନଥିବାରୁ ଜନତାଙ୍କ ଲାଗି ସ୍ପଷ୍ଟ ନିୟମ ମଧ୍ୟ ଆଣିପାରି ନାହାନ୍ତି। ଯଦିଓ କେନ୍ଦ୍ର ସରକାର ସମଗ୍ର ମାମଲାରେ  ନେତୃତ୍ୱ ନେଉଛନ୍ତି ନିଜେ କନଫ୍ୟୁଜ ଥିବାରୁ ରାଜ୍ୟମାନେ ମଧ୍ୟ ସେହିପରି ଅବସ୍ଥାରେ ରହିଛନ୍ତି। କେତେବେଳେ କହୁଛନ୍ତି ହବ ତ କେତେବେଳେ ହେବନି। ପୁଣି କେତେବେଳେ ଆଂଶିକ ହେବ ବୋଲି କହିବା ଲୋକଙ୍କ ଜୀବନ, ଜୀବିକା,  ଆସ୍ଥା  ଓ ଉତ୍ସାହ ମଧ୍ୟ ପ୍ରଭାବିତ ହେଉଛି।      

   Related Posts